କନକ ବ୍ୟୁରୋ : ଟିକିଏ ଅସାବଧାନତା, କେମିତି ମୃତ୍ୟୁକୁ ଡାକିଆଣେ । କେମିତି ଆଖି ପିଛୁଳାକେ ଜଣଙ୍କ ଜୀବନ ନେଇପାରେ, ତାହା ଏହି ସିସିଟିଭି ଫୁଟେଜକୁ ଦେଖିଲେ ଆପଣମାନେ ଜାଣି ପାରିବେ । ଯାହାକୁ ଦେଖିଲେ ଛାତି ଥରିି ଉଠିବ । ସିସିଟିଭିରେ କଏଦ ହୋଇଛି ସମ୍ବଲପୁର ଷ୍ଟେସନ ନିକଟର ଦୃଶ୍ୟ । ଖାମଖିଆଲି ଢଙ୍ଗରେ ଯୁବକ ଜଣଙ୍କ ରେଳ ଧାରଣା ଉପରେ ଚାଲି ଚାଲି ଆସୁଛନ୍ତି । ଆଉ ରେଳ ଧାରଣା ପାର ହେବା ପୂର୍ବରୁ ଟ୍ରେନ ତାଙ୍କୁ ଧକ୍କା ଦେଉଛି ।
ଗତ ୨୮ ତାରିଖ ଦିନ ସଂଧ୍ୟା ସାଢେ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଆଉ ଗୋଟିଏ ରେଳ ଧାରଣାର ଦୃଶ୍ୟ ବି କଏଦ ହୋଇଛି । ଏଠାରେ ମଧ୍ୟ ଜଣେ ଯୁବକ ରେଳ ଧାରଣା ଉପରେ ଚାଲି ଚାଲି ଯାଉଛନ୍ତି । କିଛି ଲୋକ ଷ୍ଟେସନରେ ଠିଆ ହୋଇଛନ୍ତି । ଏହି ଦୃଶ୍ୟକୁ ଦେଖୁଥିବା ଦର୍ଶକଙ୍କୁ ଅନୁରୋଧ କେବେ ଏମିତି ଖାମଖିଆଲି ଢଙ୍ଗରେ କୌଣସି ବିପଦପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ । କି ଜୀବନକୁ ବିପଦରେ ପକାନ୍ତୁ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଟ୍ରେନ ଯିବା ସମୟରେ ଲୋକେ ରାସ୍ତା ପାର ହେଉଥିଲେ କେମିତି ? ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ କାହିଁକି ?