ଲୋକସଭାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ହଠାତ୍ ଲୋକସଭାରେ ପଶିଲେ ୨ ଯୁବକ । କାବୁ କଲେ ସୁରକ୍ଷାକର୍ମୀ ।

Advertisment
ଲୋକସଭାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ହଠାତ୍ ଲୋକସଭାରେ ପଶିଲେ ୨ ଯୁବକ । କାବୁ କଲେ ସୁରକ୍ଷାକର୍ମୀ ।

କନକ ବ୍ୟୁରୋ: ଲୋକସଭାର ସୁରକ୍ଷା ବଡ ତ୍ରୁଟି । ଲୋକସଭାରେ ଅଚାନକ ପଶିଗଲେ ଦୁୁଇ ଜଣ ଅଜଣା ଯୁବକ । ତେବେ ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲିଥିବାବେଳେ ହଠାତ୍ ଦୁଇ ଜଣ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସାଂସଦ ତାଙ୍କୁ କାବୁ କରିବା ସହିତ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ତା ସହିତ ଏହି ଘଟଣା ପରେ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଲୋକସଭାରେ ହଠାତ୍ ପଶିଆସିଥିବା ଏହି ଦୁଇ ଯୁବକଙ୍କ ଭିତରୁ ଜଣକର ନାମ ସାଗର ଅଟେ । ଦୁଇ ଜଣ ସାଂସଦଙ୍କ ନାମ ନେଇ ଭିଜିଟର ପାସରେ ସଂସଦ ଭିତରେ ପ୍ରବେଶ କରିଥିଲେ । ସାଂସଦ ଦାନିଶ ଅଲ୍ଲୀଙ୍କ ସୂଚନା ମୁତାବକ, ଦୁଇ ଜଣ ଯୁବକ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାମରେ ଭିଜିଟର୍ ପାସ୍ ଆଣିଥିଲେ ।

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ କହିବା କଥା, ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁଥିଲେ । ସେମାନେ କିଛି ଫୋପାଡି ମଧ୍ୟ ଥିଲେ । ଏହାପରେ ଲୋକସଭାରେ ଉପସ୍ଥିତ ଥିବା ସାଂସଦ ତାଙ୍କୁ ଧରିନେଇଥିଲେ । ସୁରକ୍ଷାକର୍ମୀମାନେ ଦୁଇ ଯୁବକଙ୍କୁ ବାହାରକୁ ନେଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe