ଆମେରିକାରେ ସବୁଠୁ ବଡ଼ ହିନ୍ଦୁ ମନ୍ଦିରକୁ ଚିକାଗୋର କନସୁଲେଟ ଜେନେରାଲଙ୍କ ପରିଦର୍ଶନ

308

କନକ ବ୍ୟୁରୋ: ଆମେରିକାର ମିନିଆପଲିସ ସ୍ଥିତ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିରକୁ ଚିକାଗୋର କନସୁଲେଟ ଜେନେରାଲ ପରିଦର୍ଶନ କରିଥିଲେ । କନସୁଲେଟ ଜେନେରାଲ ସୋମନାଥ ଘୋଷ ଏବଂ ବରିଷ୍ଠ କର୍ମକର୍ତା ମାନଙ୍କୁ ଡକ୍ତର ଦାସ ଫାଉଣ୍ଡେସନର ମୁଖ୍ୟ ଡକ୍ଟର ସୀତକଣ୍ଠ ଦାସ ଆମନ୍ତ୍ରଣ କରିଥିଲେ ଏବଂ ମନ୍ଦିର ସଂପର୍କରେ ସୂଚନା ଦେଇଥିଲେ । ମିନିଆପଲିସରେ ଥିବା ଭାରତୀୟ ବଂଶୋଦ୍ଭବ ମାନେ ଏହି ଅବସରରେ ଏକାଠି ହୋଇଥିଲେ । ଡକ୍ଟର ସୀତକଣ୍ଠ ଦାସଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ଏହି ମନ୍ଦିର ଆମେରିକାର ହିନ୍ଦୁମାନଙ୍କ ପାଇଁ ଏକ ଆକର୍ଷଣୀୟ ପୀଠ । ବର୍ଷର ବିଭିନ୍ନ ସମୟରେ ଏଠାରେ ଅନେକ ଉତ୍ସବ ପାଳନ କରାଯାଇଥାଏ । ଡକ୍ଟର ଦାସଙ୍କ ନେତୃତ୍ୱରେ ବର୍ଷର ବିଭିନ୍ନ ସମୟରେ ଭାରତୀୟ ବଂଶୋଦ୍ଭବ ମାନେ ଏଠାରେ ଏକତ୍ରିତ ହୁଅନ୍ତି । ବିଦେଶରେ ରହି ମଧ୍ୟ ଦେଶର ସଂସ୍କୃତିକୁ ମନେ ପକାଇବା ତଥା ନିଜ ଜନ୍ମସ୍ଥାନ ସହିତ ଯୋଡ଼ିହେବା ଏହାର ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ଅନେକ ବିଶିଷ୍ଟ ଭାରତୀୟ ଯୋଗ ଦେଇଥିଲେ ।