କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପୁରୀ । କେମିତି ହେବ ପୁରୀର ଚିତ୍ର । କଣ ରହିଛି ରାଜ୍ୟ ସରକାରଙ୍କ କଳ୍ପନା, ତାହାର ଏକ ଦୃଶ୍ୟ ଟୁଇଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରକୁ ବିଶ୍ୱପସିଦ୍ଧ ପର୍ଯ୍ୟଟନସ୍ଥଳି କରିବା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ପରେ ପୁରୀର ଚିତ୍ର ଏହି ଭଳି ଝଲସି ଉଠିବ । ପ୍ରାକୃତିକ ଶୋଭାରାଜୀ ସାଙ୍ଗକୁ ସୁଦୃଶ୍ୟ ଆଲୋକମାଳା, ଉଚ୍ଚକୋଟିର ପାଠଗାର, ଯାତ୍ରୀ ବିଶ୍ରାମସ୍ଥଳି ନିର୍ମାଣ ହେବାର ବ୍ୟବସ୍ଥା ରହିଛି ।
ଆସନ୍ତୁ, ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଏକ ହୋଇ ଆଗକୁ ବଢିବା।
Come, join our vision and continued efforts to transform Puri into a #WorldHeritageCity. pic.twitter.com/fSDD21Wfrf— CMO Odisha (@CMO_Odisha) December 2, 2019
ପୁରୀକୁ ବିଶ୍ଵ ଐତିହ୍ୟସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଆଉ ପୁରୀ ସହରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର କୋଟି କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ତେବେ ଏହି ଟଙ୍କା କଣ ହେବ ଏବଂ ପୁରୀର ନବକଳେବର ହେଲେ କେମିତି ଦିଶିବ ଏବଂ କଣ ରହିଛି ରାଜ୍ୟ ସରକାରଙ୍କ କଳ୍ପନା ତାର ଏକ ଦୃଶ୍ୟ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର ପେଜରେ ପୋଷ୍ଟ କରିଛନ୍ତି ।
ମାଳତୀ ପାଟପୁରରୁ ଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗ କରିବା ପାଇଁ ଟ୍ରମ୍ପେଟ୍ ସେତୁ ବା ଶ୍ରୀସେତୁ ନିର୍ମାଣ ହେବ। ସେତୁର ବ୍ଲୁ ପ୍ରିଣ୍ଟ ସମ୍ନାକୁ ଆସିଛି। ସେହିଭଳି ଜଗନ୍ନାଥ ବଲ୍ଲଭ ମଠକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହି ମଠରେ ବହୁତଳ ପାର୍କିଂ ସୁବିଧା କରାଯିବ । ଏହି ମଠରେ ୧୦ ହଜାର ଲୋକଙ୍କ ପାଇଁ ମେଡିଟେସନ୍ ସେଣ୍ଟର ଏବଂ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏହି ମଠରୁ ପର୍ଯ୍ୟଟକମାନେ ମନ୍ଦିରର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ।ରଘୁନନ୍ଦନ ପାଠାଗାରକୁ ବିଶ୍ୱସ୍ତରୀୟ କରିବା ପାଇଁ ଏମାର ମଠ ଜମିର କିଛି ଅଂଶରେ ହିଁ ପାଠାଗାର ନିର୍ମାଣ କରାଯିବ। ପାଠାଗାର ୩ ମହଲା ବିଶିଷ୍ଟ ହେବ। ଏଠାରେ ଥିବା ପୁସ୍ତକ, ପୋଥି ଏବଂ ନଥିପତ୍ରକୁ ସଂରକ୍ଷଣ କରାଯିବ। ଲାଇବ୍ରେରିର ସମସ୍ତ ପୁସ୍ତକକୁ ମଧ୍ୟ ଡିଜିଟାଇଜେସନ୍ କରାଯିବ। ଏହାଛଡ଼ା ମୂଷା ନଦୀକୁ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ। ମୂଷା ନଦୀ କୂଳରେ ପର୍ଯ୍ୟଟନର ବିକାଶ କରାଯିବ । ଏବଂ ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/NAVEEN.jpg)
/kanak/media/post_attachments/wp-content/uploads/2019/12/vlcsnap-2019-12-02-12h38m45s45-300x169.png)