ନା ‘ସନ୍ଥ’ ନା ‘ମହାତ୍ମା’! ‘ଭଣ୍ଡ’ ହେଉଛନ୍ତି ଦେଶର ଏହି ୧୪ ଜଣ ବାବା, ଜାରି ହେଲା ତାଲିକା

Advertisment
ନା ‘ସନ୍ଥ’ ନା ‘ମହାତ୍ମା’! ‘ଭଣ୍ଡ’ ହେଉଛନ୍ତି ଦେଶର ଏହି ୧୪ ଜଣ ବାବା, ଜାରି ହେଲା ତାଲିକା

କନକ ବ୍ୟୁରୋ : ଜାରି ହୋଇଛି ନକଲି ବାବାଙ୍କ ତାଲିକା । ଗୁରମିତ ରାମ ରହିମଙ୍କ ପୋଲ ଖୋଲିବା ପରେ ବାବାଙ୍କୁ ନେଇ ଏବେ ବିଭିନ୍ନ ମହଳରେ ତୀବ୍ର ସମାଲୋଚନା କରାଯାଉଛି । ଏନେଇ ହିନ୍ଦୁ ସାଧୁଙ୍କ ସର୍ବୋଚ୍ଚ ସଂଗଠନ ଅଖିଳ ଭାରତୀୟ ଅଖାଡା ପରିଷଦ ୧୪ ଜଣ ଭଣ୍ଡବାବାଙ୍କ ତାଲିକା ପ୍ରକାଶ କରିଛି । ଆହ୍ଲାବାଦରେ ପରିଷଦର କାର୍ଯ୍ୟକାରିଣୀ ବୈଠକରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏହା ସହ ଏହି ବାବାମାନଙ୍କୁ ଦେଶବାସୀ ବୟକଟ୍ କରିବାକୁ ଆହ୍ୱାନ ଦିଆଯାଇଛି । ସେହିପରି ସନ୍ଥ ଉପାଧି ପାଇଁ ଏକ ନିର୍ଦ୍ଦିଷ୍ଟ ଧାରା ମାଧ୍ୟମରେ ଧାର୍ଯ୍ୟ କରିବାକୁ ଅଖିଳ ବାରତୀୟ ଅଖାଡା ପରିଷଦ ନିଷ୍ପତି ନେଇଛି ।

ପରିଷଦ ଜାରି କରିଥିବା ୧୪ଜଣ ଭଣ୍ଡ ବାବାଙ୍କ ନାମ :

ଆସାରାମ ବାପୁ ଓରଫ ଆସୁମଲ ସିରମଲାନି , ରାଧେ ମା ଓରଫ ସୁଖବିନ୍ଦର କୌର, ସଚିନ ଦତ୍ତା ଓରଫ ସଚ୍ଚିଦାନନ୍ଦ ଗିରି, ରାମ ରହିମ ଓରଫ ଗୁରମିତ ରାମ,ବିବେକାନନ୍ଦ ଝା ଓରଫ ଓମ୍‌ବାବା, ନିର୍ମଳ ବାବା ଓରଫ ନିର୍ମଲଜିତ ସିଂହ, ଇଚ୍ଛାଧାରୀ ଭିମାନନ୍ଦ ଓରଫ ଶିବମୂର୍ତ୍ତି ଦ୍ୱିବେଦ, ସ୍ୱାମୀ ଅସିମାନନ୍ଦ, ଓମ ନମ୍‌ ସିବାୟ ବାବା, ନାରାୟଣ ସାଇ, ରାମପାଲ, ଆଚାଇ କୁସମୁନି, ବୃହସ୍ପତି ଗିରି, ମଲଖାନ ସିଂହ

3_1505029698ଆହ୍ଲାବାଦରେ ସକାଳ ୧୧ରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ନକଲି ସନ୍ଥ ତାଲିକାରେ କେଉଁ ବାବା ସାମିଲ ହେବେ କିଏ ହେବେ ନାହିଁ ସେ ନେଇ ଆଲୋଚନା କରାଯାଇଥିଲା। ଅଖାଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରି ନକଲି ସନ୍ଥ ତାଲିକାରେ ଥିବା ୧୪ଜଣ ବାବ ନାମକୁ ସାମିଲ କରିଥିଲେ। ଏହି ତାଲିକାରେ ଥିବା ସମସ୍ତ ବାବାଙ୍କୁ କୁମ୍ଭ ମେଳାରେ ପ୍ରବେଶ କରାଇ ଦିଆଯିବ ନାହିଁ ବି ଅନ୍ୟ ପକ୍ଷରେ ନିର୍ଦ୍ଦେଶ ଦିଆଯାଇଛି।

ସୁଚନା ଯୋଗ୍ୟ ଯେ, ଏହି ବୈଠକ ହେବା ପୂର୍ବରୁ ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଜୀବନରୁ ମାରି ଦିଆଯିବାର ଧମକ ଦିଆଯାଇଥିଲା । ସେ ଦାରାଗଞ୍ଜ ଥାନାରେ ଏନେଇ ମାମଲା ରୁଜୁ କରିଛନ୍ତି । ତେବେ ଏହି ତାଲିକାକୁ ସରକାରଙ୍କୁ ଦିଆଯିବ । ନିକଟରେ ବାବା ରାମ ରହିମ ପରି ଘଟଣା ସାମ୍ନାକୁ ଆସିବା ପରେ ଭାଙ୍ଗିଯାଇଛି ଭକ୍ତର ବିଶ୍ୱାସ । ଯାହାକୁ ନେଇ ଏପରି ଭଣ୍ଡ ବାବାଙ୍କ ଚିହ୍ନଟ ହେବା ଜରୁରୀ ଦର୍ଶାଇ ଏହି ବୈଠକ କରାଯାଇଛି ।

ram rahimଦିନ ଥିଲା ଲୋକେ ନିଜର ଦୈନିକ ଜୀବନର କର୍ମକ୍ଲାନ୍ତ ଜୀବନକୁ ଟିକେ ଶାନ୍ତମୟ କରିବା ପାଇଁ ଗୁରୁ ଶରଣ ଲୋଡୁଥିଲେ । ଗୁରୁଙ୍କ ଉପଦେଶ ଓ ସତସଙ୍ଗ ବାଣୀରେ ହୃଦୟକୁ ନିର୍ମଳ କରୁଥିଲେ । ହେଲେ ଏବେ ବଦଳିଯାଇଛି ସମୟ । ଏହି ଗୁରୁ ରୂପି ଆତ୍ମଘୋଷିତ ଭଗବାନମାନେ ଏବେ ବିବାଦ ଘେରରେ । ଯୌନ କେଳେଙ୍କାରୀ ସହ ଅନ୍ୟ ସବୁ ମାମଲାରେ ଏମାନେ ଜେଲର ଚାରିକାନ୍ଥରେ । ବିଶ୍ୱାସ ଓ ଅବିଶ୍ୱାସର ଘେରରେ ଲୋକେ ଉତ୍ତ୍ୟକ୍ତ । ଏହି କଥିତ ଧର୍ମ ଗୁରୁମାନଙ୍କ ଉପରେ ଲାଗିଥିବା ଆରୋପ ବି ଖୁବ୍ ବଡ । କାହା ପାଇଁ ହତ୍ୟା ତ ଆଉ କାହା ପାଇଁ ଦୁଷ୍କର୍ମର ଆରୋପ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe