ପୁନୀଥଙ୍କ ଚାରିଟି ସମ୍ଭାଳିବେ କନ୍ନଡ ଅଭିନେତା ବିଶାଲ,୧୮ ଶହ ପିଲାଙ୍କୁ ଦେବେ ମାଗଣା ଶିକ୍ଷା

139

କନକ ବ୍ୟୁରୋ : କନ୍ନଡ ଅଭିନେତା ପୁନୀଥ ରାଜକୁମାରଙ୍କ ଦେହାନ୍ତ ପରେ ସେ ଚଳାଉଥିବା ସମସ୍ତ ଦାତବ୍ୟ ଅନୁଷ୍ଠାନର ଦାୟିତ୍ୱ ନେବେ ବିଶାଲ । ବିଶାଲ ପୁନୀଥଙ୍କ ଘନିଷ୍ଠ ବନ୍ଧୁ ହୋଇଥିବା ବେଳେ ସେ ବି କନ୍ନଡ ସିନେମାରେ ଜଣେ ଜଣାଶୁଣା ଅଭିନେତା । ବିଶାଲ ରବିବାର ଦିନ ହାଇଦ୍ରାବଦ ଏକ ସିନେମା ସୁଟିଂରେ ଆସିଥିବା ବେଳେ ସେଠାରେ ପୁନୀଥଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହାସହ ବିଶାଲ ସେଠାରେ ପୁନୀଥଙ୍କ ବାବଦରେ ଏକ ହୃଦୟସ୍ପର୍ଶୀ ଭାଷଣ ବି ଦେଇଥିଲେ ।

ବିଶାଲ କହିଥିଲେ କି ପୁନୀଥ୍ କେବଳ ଜଣେ ଅଭିନେତା ନଥିଲେ, ସେ ଜଣେ ଦୟାଳୁ ବ୍ୟକ୍ତିଭାବେ ସାରା କର୍ଣ୍ଣାଟକରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ଦାତବ୍ୟ ଅନୁଷ୍ଠାନର ଦାୟିତ୍ୱ ବିଶାଲ ନେବେ ବୋଲି ଏହି ଅବଶରରେ ସେ ଘୋଷଣା କରିଥିଲେ ।

କହିରଖୁ କି ପୁନୀଥ ରାଜକୁମାର ୧୮୦୦ ଗରୀବ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଉଥିଲେ । ଏନେଇ ବିଶାଲ କହିଛନ୍ତି କି ସେ ଏହି ପିଲାମାନଙ୍କର ପାଠପଢା ଯେଭଳି ଅଟକି ନଯାଏ ତାହା ଉପରେ ଦୃଷ୍ଟି ଦେବେ । ଏହାସହ ଏହିକାମ କରି ସେ ନିଜକୁ ଗର୍ବ ଅନୁଭବ କରୁଥିବା କଥା ବି କହିଛନ୍ତି ।

ସୂଚନା ଥାଉକି କନ୍ନଡ ଅଭିନେତା ପୁନୀଥ ରାଜକୁମାର ହୃଦଘାତରେ ହଠାତ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁପରେ ପୁରା କନ୍ନଡ ସିନେମା ଇଣ୍ଡଷ୍ଟ୍ରୀ ସହ ବଲିଓଡରେ ବି ଶୋକର ଛାୟା ଖେଳିଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ପୁନୀଥଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।