ଅନନ୍ୟ ପ୍ରତିଭାର ଅଧିକାରୀ ସ୍ୱିଗି ଡେଲିଭରୀ ବଏ , ହାତରେ ତୂଳୀ ଧରିଲେ ଆଙ୍କି ହୋଇଯାଏ ସୁନ୍ଦର ଛବି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ

99

ପେଶାରେ ଫୁଡ୍ ଡେଲିଭରି ବୟ କିନ୍ତୁ ନିଶା ହେଉଛି ଚିତ୍ର ଆଙ୍କିବା । ହାତରେ ରହିଛି ଏକ ରକମର ଯାଦୁ । ତାଙ୍କର ଏହି ପ୍ରତିଭାକୁ ନିଖିଲ ନାମକ ଜଣେ ୟୁଜର୍ସ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଚିତ୍ରକାର ବିଶାଲ ସମଜିସକର୍ ଚିତ୍ରରେ ରଙ୍ଗ ଦେଇ ଚିତ୍ରକୁ ଜୀବନ୍ତ ରୂପ ଦେଉଛନ୍ତି । ବିଶାଲ ପାର୍ଟ ଟାଇମ ସ୍ୱିଗିରେ ଡେଲିଭରି ବୟ ଭାବେ କାର୍ଯ୍ୟରତ । ନିଜ କାମ କରିବା ସହିତ ଚିତ୍ରକଳା ପ୍ରତି ତାଙ୍କର ରହିଛି ଅହେତୁକ ଦୁର୍ବଲତା । ଯାହା ଦେଖନ୍ତି ଅବିକଳ ସେହିପରି ଚିତ୍ର ନିଜ ତୁଳୀରେ ଆଙ୍କିପାରନ୍ତି ବିଶାଲ ।

ସୂଚନାନୁସାରେ, ଟ୍ୱିଟର ୟୁଜର୍ସ ନିଖିଲ ଏହି ଫୁଡ୍ ଡେଲିଭରି ବୟଙ୍କ କାହାଣୀ ନିଜ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି . “ଏ ହେଉଛନ୍ତି ଜଣେ କଳାକାର ,କାମ ସନ୍ଧାନରେ ବାହାରି ପଡିଛନ୍ତି । ସ୍ୱିଗିରୁ ଖାଇବା ଅର୍ଡର କରିବା ସମୟରେ ମୋର ବିଶାଲଙ୍କ ସହିତ ଭେଟ ହୋଇଥିଲା । ସେତେବେଳେ ତାଙ୍କର ଏହି ପ୍ରତିଭା ବିଷୟରେ ମୁଁ ଜାଣିବାକୁ ପାଇଥିଲି ।” ନିଖିଲଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଏହି ଟ୍ୱିଟକୁ ୧୨ ହଜାର ଲାଇକ୍ , ୫ ହଜାରରୁ ଅଧିକ ଥର ରି-ଟ୍ୱିଟ୍ କରାଯାଇଛି । ପୋଷ୍ଟରେ ୬ ହଜାରରୁ ଅଧିକ ଲୋକ କମେଣ୍ଟମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ସ୍ୱିଗି ମଧ୍ୟ ନିଜ ଫେସବୁକ ପେଜରେ ବିଶାଲଙ୍କର ଏହି କାହାଣୀକୁ ସେୟାର କରିଛି । ସେଥିରେ ଲେଖା ହୋଇଛି, ଆପଣ ବିଶାଲ ସମଜିସକରଙ୍କ ସହିତ ଭେଟ ହୁଅନ୍ତୁ ଏବଂ ତାଙ୍କ ଭିତରେ ରହିଥିବା କଳାକୁ ଜାଣନ୍ତୁ । ତାଙ୍କର ଏହି ପ୍ରତିଭାକୁ ଆମେ ସଲାମ କରୁଛୁ ।