ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ ! ଟ୍ୱିନ୍ ସିଟିରେ ଧୁମଧାମରେ ଚାଲିଛି ଜଗଦଜନନୀଙ୍କ ଭସାଣ ଉତ୍ସବ

39

କନକ ବ୍ୟୁରୋ : ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ । ଦଶଦିନର ପୂଜା ପରେ ଏବେ ମାଆଙ୍କୁ ମେଲାଣିର ବେଳ । ସାରା ରାଜ୍ୟରେ ଆଜି ଭସାଣ ପର୍ବ ଆରମ୍ଭ ହୋଇଛି । ବିଭିନ୍ନ ମଣ୍ଡପରୁ ଆଜି ଶୋଭାଯାତ୍ରାରେ ବାହାରିଛନ୍ତି ମା’ । ବିଶେଷକରି କଟକ-ଭୁବନେଶ୍ୱରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କଟକରେ ଚାଲିଛି ଦେବୀ ଦୁର୍ଗାଙ୍କ ଭସାଣ ପର୍ବ । ଦୁର୍ଗାଙ୍କ ମୂର୍ତି ଭଷାଣ ପାଇଁ କାଠଯୋଡି ଦେବୀଗଡାରେ ସ୍ୱତନ୍ତ୍ର ଆୟୋଜନ ହୋଇଛି । ଗୋଟିଏ ପରେ ଗୋଟିଏ ପୂଜା କମିଟି ସେମାନଙ୍କ ମୂର୍ତିକୁ ଶୋଭାଯାତ୍ରାରେ ଆଣି ବିସର୍ଜନ କରୁଛନ୍ତି ।

ରୌପ୍ୟନଗରୀ କଟକ ସହରରେ ଭଷାଣି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭଷାଣ ବେଳେ ପ୍ରସ୍ତୁତ ରହିବେ ୬୨ ପ୍ଳାଟୁନ୍ ପୁଲିସ ଫୋର୍ସ । ଏହା ସହ ଗୋଟିଏ ପ୍ଲାଟୁନ୍ ଏସ୍ଓଜି ଯବାନ ଏବଂ ଗୋଟିଏ ପ୍ଲାଟୁନ୍ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି । ବିଭିନ୍ନ ସ୍ଥାନରେ ୧୬ଟି ସିସିଟିଭି କ୍ୟାମେରା ଜରିଆରେ ପୁରା କାର୍ଯ୍ୟକ୍ରମ ଉପରେ ନଜର ରଖାଯାଉଛି । ଏପଟେ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଥିବା ବେଳେ ୨୦ ଜଣ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ମିଳିଛି ଦାୟିତ୍ୱ । ଭୁବନେଶ୍ୱରର ୩ଟି ସ୍ଥାନରେ ଏଥର ଭସାଣ ପାଇଁ ସମସ୍ତ ମେଢ ଏକଜୁଟ ହୋଇଛନ୍ତି ।