କନକ ବ୍ୟୁରୋ: ବିଶାଖାପାଟଣା ଟେଷ୍ଟର ଦ୍ୱିତୀୟ ଇଂନିସରେ ଦମଦାର ବ୍ୟାଟିଂ କରିଛନ୍ତି ଶୁଭମନ ଗିଲ । ଗିଲ ଏହି ଇଂନିସରେ ଶତକ ହାସଲ କରି ବ୍ୟାଟିଂ ଜାରି ରଖିଛନ୍ତି । ଏବେ ଭାରତ ୫ ୱିକେଟ ହରାଇ ୨୦୦ ରନ ଟପି ସାରିଲାଣି । ଏହାସହ ଭାରତ ୩୫୦ରୁ ଅଧିକ ରନରେ ଆଗୁଆ ବି ରହିଛି । ତେବେ ବ୍ୟାଟିଂ ଜାରି ରଖିଥିବା ଟିମ ଇଣ୍ଡିଆ ଇଂଲଣ୍ଡକୁ ଏକ ବିଶାଳ ରନ ଟାର୍ଗେଟ ଦେବା ଲକ୍ଷ୍ୟରେ ରହିଛି ।

Advertisment

ଏହି ଇଂନିସରେ ଅନ୍ୟ ସବୁ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ ଶୁଭମନ ଗିଲ ଏକାକି ପାଳି ସମ୍ଭାଳିଥିଲେ । ଶୁଭମନ ୧୪୭ ହଲରୁ ୧୦୪ ରନ କରିଛନ୍ତି । ଯେଉଁଥିରେ ୧୧ ଚୌକା ଓ ୨ ଛକା ସାମିଲ ଅଛି । ଏବେ ଅକ୍ଷର ପଟେଲ ଓ ଶ୍ରିକାରା ଭାରତ ବ୍ୟାଟିଂ ଜାରି ରଖିଛନ୍ତି ।