କନକ ବ୍ୟୁରୋ : ପାକିସ୍ତାନକୁ ଆମେରିକା ପୁଣି ଦେଇଛି ଏକ ବଡ ଝଟକା । ପାକିସ୍ତାନୀ ନାଗରିକଙ୍କ ଭିସା ଅବଧିକୁ ହ୍ରାସ କରିଛନ୍ତି ଟ୍ରମ୍ପ ପ୍ରଶାସନ । ଏଣିକି ୫ବର୍ଷର ଭିସା ବଦଳରେ ମିଳିବ ମାତ୍ର ୩ ମାସର ଭିସା । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ବିଶ୍ୱର ଟାର୍ଗେଟରେ ରହିଛି ପାକିସ୍ତାନ । ଆଉ ଏହାରି ମଧ୍ୟରେ ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ଆମେରିକା । ଆମେରିକାକୁ ଯାଉଥିବା ପାକିସ୍ତାନୀ ନାଗରିକଙ୍କୁ ମିଳୁଥିବା ଭିସାର ଅବଧିକୁ ହ୍ରାସ କରାଯାଇଛି ।
ପୂର୍ବରୁ ପାକିସ୍ତାନୀ ନାଗରିକଙ୍କୁ ୫ ବର୍ଷ ପାଇଁ ଭିସା ମିଳୁଥିବା ବେଳେ ଏବେ ଏହାର ଅବଧିରେ ହ୍ରାସ କରିଛନ୍ତି ଟ୍ରମ୍ପ୍ ପ୍ରଶାସନ । କେବଳ ଏତିକି ନୁହେଁ ଭିସାର ଅବଧି କମାଇବା ସହ ଭିସା ପାଇଁ ଦିଆଯାଉଥିବା ଅର୍ଥରେ ମଧ୍ୟ ବୃଦ୍ଧି କରାଯାଇଛି । ନୂଆ ନିୟମ ଅନୁଯାୟୀ, ୱାର୍କ ଭିସା, ଜର୍ଣ୍ଣାଲିଷ୍ଟ ଭିସା, ଟ୍ରାନ୍ସଫର ଭିସା, ଧାର୍ମିକ ଭିସା ପାଇଁ ଫି ବୃଦ୍ଧି କରାଯାଇଛି । ଏହି ଭିସା ଗୁଡିକରେ ପାଖାପାଖି ୩୨ରୁ ୩୮ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ଆତଙ୍କବାଦୀ ପ୍ରସଙ୍ଗରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନକୁ ଆମେରିକା ଆଜି ଶକ୍ତ ଝଟକା ଦେଇଛି । ପାକିସ୍ତାନ ନାଗରିକଙ୍କୁ ମିଳୁଥିବା ଭିସା ଉପରେ କଟକଣା ଲଗାଇଛି ୱାଂଶିଟନ । ଆମେରିକା ଆସୁଥିବା ପାକିସ୍ତାନ ନାଗିରକଙ୍କ ଭିସା ଅବଧିକୁ ହ୍ରାସ କରିଛି ଟ୍ରମ୍ପ ପ୍ରଶାସନ । ପାକିସ୍ତାନର ଖବର କାଗଜ ଦି ଟ୍ରିବ୍ୟୁନ ଅନୁସାରେ, ଏ ସମ୍ପର୍କିତ ସୂଚନା ଆମେରିକା ପାକିସ୍ତାନକୁ ଦେଇସାରିଛି । ପ୍ରଥମେ ପାକିସ୍ତାନ ନାଗିରକଙ୍କୁ ୫ ବର୍ଷର ଭିସା ମିଳୁଥିଲା । ଏବେ ଏହାକୁ କମାଯାଇ ୧୨ ମାସ କରାଯାଇଛି । ସେହିଭଳି ପାକିସ୍ତାନର ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିସା ଅବଧିକୁ ୩ ମାସକୁ କମାଇଦିଆଯାଇଛି । କେବଳ ଏତିକି ନୁହେଁ ଭିସା ପାଇଁ ଦିଆଯାଉଥିବା ଫି ରେ ବି ଅହେତୁକ ବୃଦ୍ଧି କରିଛି ଆମେରିକା । ଅର୍ଥାତ କୌଣସି ପାକିସ୍ତାନ ନାଗରିକ ଯଦି ଆମେରିକାରେ ୧୨ ମାସରୁ ଅଧିକ ରହିବାକୁ ଚାହିଁବ ତାହାଲେ ପୁଣି ସ୍ୱଦେଶ ଫେରି ଭିସାକୁ ରିନ୍ୟୁ କରିବାକୁ ପଡିବ ।
ୱାର୍କ ଭିସା, ଜର୍ଣ୍ଣାଲିଷ୍ଟ ଭିସା, ଟ୍ରାନସଫର ଭିସା ଓ ଧାର୍ମିକ ଭିସା ପାଇଁ ଫିସକୁ ବୃଦ୍ଧି କରାଯାଇଛି । ଏହି ଭିସା ୩୨ରୁ ୩୮ ଡଲାର ଯାଏଁ ବଢିଛି । ଅର୍ଥାତ କୌଣସି ଗଣମାଧ୍ୟମ ପ୍ରତିନିଧି ଭିସା ପାଇଁ ଆବେଦନ କଲେ ଏଣିକି ୧୯୨ ଡଲାର ଦେବାକୁ ହେବ । ସେହିଭଳି ଅନ୍ୟ କ୍ୟାଟେଗରୀ ପାଇଁ ୧୯୮ ଡଲାର ଫିସ ଦେବାକୁ ହେବ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ଆମେରିକା କଡା ଆଭିମୁଖ୍ୟ ଗ୍ରହଣ କରିଛି । ପାକିସ୍ତାନକୁ ଦିଆଯାଇଥିବା ସହୟତା ବନ୍ଦ କରିଦେଇଛି ୱାଂଶିଟନ । ଏପରିକି ଆତଙ୍କବାଦୀ ସଙ୍ଗଠନ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ବି ୱାଂଶିଟନ କହିଛି । ୨୦୧୮ରେ ଆମେରିକା ପାକିସ୍ତାନର ୩୮ ହଜାର ପାକିସ୍ତାନ ନାଗରିକଙ୍କୁ ଭିସା ଦେବାକୁ ମନାକରିଦେଇଥିଲା ।