କନକ ବ୍ୟୁରୋ: ଭାରତୀୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଥର ଆମେରିକା ପାଇଁ ସହଜ ହେବ ଭିସା ପାଇବା ପ୍ରକ୍ରିୟା । କାରଣ ଏଣିକି ଆଉ ଭିସା ପାଇଁ ଦେବାକୁ ପଡିବନି ବ୍ୟକ୍ତିଗତ ସାକ୍ଷାତକାର । ଆମେରିକାର ଜନୈକ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି । ଏହି ନିୟମ ଛାତ୍ର(ଏଫ୍, ଏମ୍, ଏକାଡେମିକ୍ ଭିସା) ଓ ବ୍ୟକ୍ତିଗତ ଏଲ ଭିସା ତଥା ସଂସ୍କୃତି ଓ ଅସାଧାରଣ ବ୍ୟକ୍ତିତ୍ୱଙ୍କ ପାଇଁ ଲାଗୁ ହେବ ।

Advertisment

ଭାରତୀୟଙ୍କୁ ଆମେରିକା ଠାରୁ ଏପରି ସହଯୋଗର ଆବଶ୍ୟକତା ଥିବା କହିଛନ୍ତି ଦକ୍ଷିଣ ଏସିଆ ସମୁଦାୟର ନେତା ତଥା ଏସୀୟ ଆମେରିକୀୟଙ୍କ ପାଇଁ ଆଡଭାଇଜର ଥିବା ଅଜୟ ଜୈନ୍ ଭତୋରିୟା । ଏହାଦ୍ୱାରା କେବଳ ଛାତ୍ରମାନଙ୍କୁ ନୁହେଁ ବରଂ ଆମେରିକାରେ ରହୁଥିବା ଭାରତୀୟ ବନ୍ଧୁ ପରିଜନଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି ।

ଦିଲ୍ଲୀରେ ଆମେରିକା ଦୂତାବାସ ୱେବସାଇଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ, ଆମେରିକା ଯିବା ପାଇଁ ଦିଲ୍ଲୀ ସମେତ ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ତଥା ମୁମ୍ବାଇରେ ଅବସ୍ଥାପିତ ଆମେରିକୀୟ ବାଣିଜ୍ୟିକ ଦୂତାବାସରେ ବ୍ୟକ୍ତିଗତ ସାକ୍ଷାତକାର କରାଯାଉଥିଲା । ହେଲେ ଏବେ ଏହାକୁ ବାଦ ଦିଆଯିବ ବୋଲି ସୂଚନା ରହିଛି ।