ଆମେରିକା ରାଷ୍ଟ୍ରପତିଙ୍କୁ ବାବା ସେହୱାଗଙ୍କ ଆଶୀର୍ବାଦ । ଟ୍ୱିଟ୍ କରି ଏମିତି କିଛି ଲେଖିଲେ ପୂର୍ବ-କ୍ରିକେଟର ବୀରେନ୍ଦ୍ର ସେହୱାଗ ।

160

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପୂର୍ବ-କ୍ରିକେଟର ବୀରେନ୍ଦ୍ର ସେହୱାଗ । ବାବା ବେଶରେ ସୋସିଆଲ ମିଡିଆକୁ ଆସିଲେ ସେହୱାଗ । ମଜାଳିଆ ଟ୍ୱିଟ୍ କରି ଏଥର ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ବିଶ୍ୱର ଶକ୍ତିଶାଳୀ ନେତାଙ୍କୁ ବାବା ବେଶରେ ଆସି ଦେଇଛନ୍ତି କରୋନା ମନ୍ତ୍ର ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନାରୁ ଭଲ ହେବା ପାଇଁ କ୍ରିକେଟର ବୀରେନ୍ଦ୍ର ସେହୱାଗ ଦେଇଛନ୍ତି ଆଶୀର୍ବାଦ । ସେ ଏଭଳି ମଜାଳିଆ ଟ୍ୱିଟ୍ କରି ଟ୍ରମ୍ପଙ୍କୁ କରୋନା ମନ୍ତ୍ର ଦେଇଛନ୍ତି । ତାଙ୍କର ଏହି ପୋଷ୍ଟ ଏବେ ସୋସିଆ ମିଡିଆରେ ବେଶ ଭାଇରାଲ ହୋଇଛି । ଏହାସହ ତାଙ୍କ ପୋଷ୍ଟକୁ ଗୋଟିଏ ଘଣ୍ଟା ମଧ୍ୟରେ ୧ଲରୁ ଅଧିକ ଲୋକ ଲାଇକ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଟ୍ରମ୍ପଙ୍କୁ କରୋନା ସହ ଲଢେଇ କରିବାକୁ ବାବା ସେହୱାଗ ଦେଲେ ଆଶୀର୍ବାଦ ।

ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପଠୁ ଉଭୟ ସଙ୍ଗରୋଧରେ ରହିଛନ୍ତି । ପ୍ରଥମେ ଟ୍ରମ୍ପଙ୍କ ବ୍ୟକ୍ତିଗତ ସଚିବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ନିଜ ନମୁନା ଟେଷ୍ଟ କରିଥିଲେ ।

Comments are closed.