ବିଶ୍ୱକପ ପୂର୍ବରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଟ୍ୱିଷ୍ଟ୍ ଆଣିଲେ ସେହୱାଗ ! ଘୋଷଣା କଲେ ନିଜ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ।

Advertisment
ବିଶ୍ୱକପ ପୂର୍ବରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଟ୍ୱିଷ୍ଟ୍ ଆଣିଲେ ସେହୱାଗ ! ଘୋଷଣା କଲେ ନିଜ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ।

image courtesy - www.catchnews.com

କନକ ବ୍ୟୁରୋ : ପାଖଉଛି ବିଶ୍ୱକପ, ବଢୁଛି ଉତ୍କଣ୍ଠା । ୨୦୧୯ ବିଶ୍ୱକପର ତାରିଖ ଯେତିକି ପାଖେଇ ପାଖେଇ ଆସୁଛି, କ୍ରୀଡାପ୍ରେମୀଙ୍କ ମନରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ଆଉ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା ୧୫ ତାରିଖକୁ । ଯେତେବେଳେ ବିଶ୍ୱକପ ପାଇଁ ବିସିସିଆଇ ଘୋଷଣା କରିବ ଭାରତୀୟ ଦଳ । ଆଉ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଟ୍ୱିଷ୍ଟ ଆଣିଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଖେଳାଳୀ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ ।

ନିଜ ଟ୍ୱିଟର ପେଜରେ ନିଜ ମନ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି ବିରେନ୍ଦ୍ର ସେହୱାଗ । ଏହି ଦଳରେ ରହିଛନ୍ତି, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, ରବିନ୍ଦ୍ର ଜାଡେଡା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, କେଦାର ଯାଦବ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ବିଜୟ ଶଙ୍କର । ତେବେ ଆସନ୍ତା ମେ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ ଲଢେଇ । ଏଥିପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe