୩୮ ବର୍ଷରେ ମିଷ୍ଟର ୩୬୦: ଏମିତି ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

୩୮ ବର୍ଷରେ ମିଷ୍ଟର ୩୬୦: ଏମିତି ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

କନକ ବ୍ୟୁରୋ: ଆଜି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ ଆଜି ଜନ୍ମଦିନ । ଆଜି ୩୮ ବର୍ଷରେ ପହଞ୍ଚିଛନ୍ତି ମିଷ୍ଟର ୩୬୦ । ମିଷ୍ଟର ୩୬୦ ଭାବେ ଜଣାଶୁଣା ଏବି ଡିଭିଲିୟର୍ସ ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଜଣେ । ୨୦୧୮ ମେ ୨୩ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଡିଭିିଲିୟର୍ସ ।

ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ବନ୍ଧୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଭିନ୍ନ ଅନ୍ଦାଜରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିରାଟ ଡିଭିଲିୟର୍ସଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ବିସ୍କିଟ । ତୁମକୁ ଢେର ସାରା ଭଲପାଇବା ମୋ ଭାଇ ।

ଡିଭିଲିୟର୍ସ ଓ ବିରାଟ କୋହଲି ଆଇପିଏଲରେ ବାଙ୍ଗାଲୋର ପାଇଁ ଏନେର ମ୍ୟାଚ ଖେଳିଛନ୍ତି । ଦଳ ପାଇଁ ଉଭୟ ଖେଳାଳିଙ୍କର ଅନେକ ଅବଦାନ ମଧ୍ୟ ରହିଛି । ଏହି ଦୁଇ ଯୋଡି ଆଇପିଏଲରେ ବେଶ ଚର୍ଚ୍ଚିତ । ଗତ ବର୍ଷ ନଭେମ୍ବରରେ ଅବସର ଘୋଷଣା ପରେ ଏବେ ଆଉ ଆଇପିଏଲରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe