କ୍ରିକେଟ୍ ପଡିଆରେ ବିରାଟ କୋହଲି ଦେଖାଇଲେ ବଡପଣ । ଆହତ ଜୋ ରୁଟଙ୍କ କଲେ ସାହାଯ୍ୟ । ଆଇସିସି କଲା ପ୍ରଂଶସା

232

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ବିରାଟ ଦେଖାଇଲେ ବଡପଣ । ଆଇସିସିଠାରୁ ସାରା କ୍ରିକେଟ୍ ଜଗତ କଲା ପ୍ରଂଶସା । ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି କିଛି କରି ଦେଖାଇଛନ୍ତି ଯାହାକୁ ଦେଖି ସାରା କ୍ରିକେଟ୍ ଜଗତ ତାଙ୍କୁ ପ୍ରଂଶସାରେ ପୋତି ପକାଇଛି ।

ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଖେଳାଯାଉଥିଲା । ଏହି ମ୍ୟାଚରେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍ ହଠାତ୍ ନିଜ ଗୋଡରେ କଷ୍ଟ ଅନୁଭବ କରି ପଡିଆ ଭିତରେ ବସି ପଡିଥିଲେ । ଏହି ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଯାଇ ତାଙ୍କ ଗୋଡକୁ ଉଠାଇ ଧରିବା ସହିତ ଷ୍ଟ୍ରିଚିଂ କରିବାକୁ ଲାଗିଥିଲା । ଏହି ଭିଡିଓକୁ ବିସିସିଆଇ ନିଜ ସୋସିଆଲ୍ ମିଡିଆରେ ସେଆର୍ କରିବା ପରେ ଏହାକୁ ଦେଖି କ୍ରିକେଟ୍ ଜଗତ କୋହଲିଙ୍କ ପ୍ରଂଶସା କରିଛି । ଆଇସିସି ମଧ୍ୟ ଏହି ଭିଡିଓକୁ ସେଆର୍ କରିବା ସହିତ ବିରାଟ ସମସ୍ତଙ୍କ ହୃଦୟ ଜିତିଥିବା କହିଛି । ଏହାସହିତ ଏହି ଭିଡିଓ କ୍ରିକେଟ୍ ଖେଳର ସ୍ପିରିଟ୍ କଥା କହୁଛି ବୋଲି ଆଇସିସି ଉଲ୍ଲେଖ କରିଛି ।

ଆଜିର ମ୍ୟାଚରେ ଇଂଲଣ୍ଡ ଦଳ ଜୋ ରୁଟଙ୍କ ଚତ୍ମକାର ଶତକୀୟ ଇଂନିସ ବଳରେ ୨୬୩ ରନ୍ କରିପାରିଛି । ରୁଟ୍ ମଧ୍ୟ ୧୨୮ ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ୨ଟି ୱିକେଟ୍ ନେଇଥିବାବେଳେ ଅଫ୍ ସ୍ପିନର ଅଶ୍ୱିନୀ ଗୋଟିଏ ୱିକେଟ୍ ନେଇଛନ୍ତି ।