ଚାପରେ ରହିଛି କି ବିରାଟଙ୍କ ପ୍ରେମ ! ଫ୍ୟାନ୍ସ ପ୍ରଶ୍ନ କଲେ ଚାପରେ ପଡି ବିରାଟ ଏଭଳି କରୁନାହାନ୍ତି ତ ?

77

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଖୁବ୍ ଭଲ ପାଆନ୍ତି । ଏହାର ବିଶ୍ୱାସ ଜତାଇବାକୁ ଯାଇ ସେ ବିଭିନ୍ନ ସମୟରେ ଇନଷ୍ଟାଗ୍ରାମରେ ନିଜର ରୋମାଣ୍ଟିକ୍ ଫଟୋ ଅପଲୋଡ୍ କରନ୍ତି । କେବଳ ଏତିକି ନୁହଁ ଆଇପିଏଲ୍ ମ୍ୟାଚ୍ ଚାଲିଥିବା ସମୟରେ ବିରାଟଙ୍କୁ କେତେବେଳେ ଅନୁଷ୍କାଙ୍କୁ ଦେଖି ଫ୍ଲାଇଙ୍ଗ୍ କିସ୍ କରୁଥିବା ଦେଖାଯାଇଛି ତ ଆଉ କେବେ ସେ ଖେଳ ମଝିରେ ଅନୁଷ୍କାଙ୍କ ସହ ଫୋନରେ କଥା ହେବା ମଧ୍ୟ ଦେଖାଯାଇଛି ।
ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଏବଂ ଲେଡି ଲଭଙ୍କ ଫଟୋ ସେୟାର କରିଥିଲେ । ଯେଉଁଥିରେ ବିରାଟ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଅନୁଷ୍କା କଳାରଙ୍ଗର ଗାଉନ୍ ପିନ୍ଧିଥିବା ନଜର ଆସିଛନ୍ତି । ଏହି ପୋଷ୍ଟରେ ସେ ଅନୁଷ୍କାଙ୍କ ପ୍ରଶଂସା କରି ହୃଦୟ ଇମୋଜି ଦେଇଥିଲେ । ଏହି ଫଟୋକୁ ସେଲିବ୍ରିଟି ଖୁବ୍ ପସନ୍ଦ କରିଥିବା ବେଳେ କିଛି ଲୋକ ଏହି ଯୋଡିକୁ ରାମସୀତା ଯୋଡି କହିଥିଲେ । ଆଉ କିଛି ଲୋକ ବିରାଟଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ଚାପରେ ପଡି ଏପରି କରୁନାହାନ୍ତି ତ?
ସେ ଯାହାବି ହେଉ ଦୁଇଦମ୍ପତୀ ଏବେ ନିଜ ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି । ବିରାଟ ଏବେ ଆଇପିଏଲରେ ବ୍ୟସ୍ତ ଥିବାବେଳେ ଅନୁଷ୍କା ‘ସୁଇ ଧାଗା’ ଫିଲ୍ମର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଦୁହିଁଙ୍କ ବିବାହ ଗତବର୍ଷ ଡିସେମ୍ବର ୧୧ ତାରିଖରେ ଇଟାଲୀରେ ଅନୁଷ୍ଠିତ ହୋଇଥିଲା ।