ଚର୍ଚ୍ଚା ସାଉଁଟୁଛି ମୁମ୍ବାଇ ୱଂଖେଡେ ଷ୍ଟାଡିୟମର ରୋଚକ ଭିଡିଓ । ପଡିଆରେ କାନଧରି ପ୍ରଶଂସକଙ୍କୁ କ୍ଷମା ମାଗିଲେ ବିରାଟ କୋହଲୀ

ଚର୍ଚ୍ଚା ସାଉଁଟୁଛି ମୁମ୍ବାଇ ୱଂଖେଡେ ଷ୍ଟାଡିୟମର ରୋଚକ ଭିଡିଓ । ପଡିଆରେ କାନଧରି ପ୍ରଶଂସକଙ୍କୁ କ୍ଷମା ମାଗିଲେ ବିରାଟ କୋହଲୀ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ପୁଣି ବିରାଟ କୋହଲୀଙ୍କୁ ନେଇ ଚର୍ଚ୍ଚା । ଗୁରୁବାର ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଯେତିକି ରୋଚକ ଥିଲା ସେତିକି ଚର୍ଚ୍ଚାରେ ରହିଛି କିଙ୍ଗ କୋହଲୀଙ୍କ ଅନ୍ଦାଜ । ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଛି ଯେଉଁଠି କୋହଲୀ କାନ ଧରିଥିବା ଦେଖିବାକୁ ମିଳିଛି । ଗ୍ୟାଲେରିରେ ବସିଥିବା ଦର୍ଶକ ଓ ପଡିଆରେ ଥିବା ବିରାଟଙ୍କ ଏହା ହେଉଛି କିଛି ଫଟୋ । ଦର୍ଶକ ବିରାଟଙ୍କୁ ବୋଲିଂ ଦିଆଯାଉ ବୋଲି ଜୋରଜୋରରେ କହିଥିଲେ । କିନ୍ତୁ ଅନୁରୋଧ ରକ୍ଷା ନକରିବା ପରେ ପ୍ରଂଶସକଙ୍କୁ କାନଧରି କ୍ଷମା ମାଗିଥିଲେ ବିରାଟ । ପ୍ରକୃତ ଘଟଣା ହେଉଛି କି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆରସିବିର ୬ଜଣ ବୋଲରଙ୍କ ବୋଲିଂ ଧିମା ଥିଲା । ଏହି ସମୟରେ କୋହଲୀଙ୍କୁ ବୋଲିଂ ଦିଆଯାଉ ବୋଲି ସମର୍ଥକ ଦାବି କରୁଥିଲେ । ଏହାକୁ ଦେଖିବା ପରେ ବିରାଟ ପଡିଆ ଭିତରେ କାନ ଧରିଥିଲେ ଓ ଆଉ ପ୍ରଶଂସକଙ୍କ ଏଭଳି ଶୋରଶଦ୍ଧ ନକରିବାକୁ କହିଥିଲେ । ଏଥିସହ ଅନୁରୋଧ ରଖିନପାରିବାରୁ କ୍ଷମା ମଧ୍ୟ ମାଗିଥିଲୋ । ମୁମ୍ବାଇ ଇଣ୍ଡିଆନନ୍ସ ଗତକାଲି ଧୁଆଁଧାର ବ୍ୟାଟିଂ କରିବା ସହ କେବଳ ୧୫.୦୩ ଓଭରରେ ୧୯୭ ରନ ପୂରା କରି ମ୍ୟାଚ ନିଜ ନାଁରେ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe