ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ବି ଭୋଟ୍ ଦେବେନି ବିରାଟ କୋହଲୀ ! ଜାଣନ୍ତୁ କଣ ରହିଛି ମୁଖ୍ୟ କାରଣ

4,003

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଦେଶର ବିଭିନ୍ନ ନିର୍ବାଚନୀ କ୍ଷେତ୍ରର ଶୀର୍ଷ ନେତାମାନଙ୍କୁ ନିବେଦନ କରିଥିଲେ କି ସେମାନେ ଭୋଟ୍ ଦେବାକୁ ଯାଆନ୍ତୁ । ଏହା ଏଥିପାଇଁ, କାହିଁକି ନା ସେମାନେ ହେଉଛନ୍ତି ଜଣେ ଲେଖାଏଁ ଆଇକନ ଏବଂ ସେମାନେ ୧୩୦ କୋଟି ଭାରତୀୟଙ୍କୁ ମତାଦାନ ପାଇଁ ପ୍ରୋତ୍ସାହିତ ମଧ୍ୟ କରିପାରିବେ । ତେବେ ଏହି ଆଇକନ ମାନଙ୍କ ମଧ୍ୟରେ ଜଣେ ହେଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ । କିନ୍ତୁ ଏବେ ଯାହା ମନେ ହେଉଛି କି, ବିରାଟ କୋହଲୀ ଚଳିତ ଲୋକସଭା ନିର୍ବାଚନ ତଥା ୨୦୧୯ର ସାଧାରଣ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିନପାରନ୍ତି ।

ସୂଚନା ମୁତାବକ, ବିରାଟ କୋହଲୀ ମୁମ୍ବାଇରୁ ଭୋଟ୍ ଦେବାକୁ ଚାହୁଁଥିଲେ, କାରଣ ଏଠାରୁ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଭୋଟ୍ ଦେଉଛନ୍ତି । ଏଥିପାଇଁ ବିରାଟ କୋହଲୀ ଅନଲାଇନ ପ୍ରକ୍ରିୟା ଜରିଆରେ ଭୋଟ ଦେବା ପାଇଁ ଆବେଦନ କରିଥିଲେ । ତେବେ ସମସ୍ୟା ହେଲା କି, ଆବେଦନ କରିବାରେ ବିରାଟ କୋହଲୀକୁ ବହୁତ ବିଳମ୍ବ କରିଦେଇଛନ୍ତି । ୩୦ ମାର୍ଚ୍ଚକୁ ଭୋଟିଂ ତାଲିକାରେ ଯେଉଁ ସବୁ ମତଦାତାମାନଙ୍କର ଭୋଟିଂ କାର୍ଡ ବା ନାଁ ନଥିଲା , ସେମାନଙ୍କ ପାଇଁ ଆବେଦନ କରିବାର ଶେଷ ଦିନ ଥିଲା । କିନ୍ତୁ ବିରାଟ ୭ ଏପ୍ରିଲକୁ ହିଁ ଆବେଦନ କରିଥିଲେ, ଯାହାକି ବହୁତ ବିଳମ୍ବ ହୋଇସାରିଥିଲା ।

ନିର୍ବାଚନ ଆୟୋଗର କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବିରାଟ କୋହଲୀଙ୍କ ଆବେଦନ ଗ୍ରହଣ କରାଯାଇଛି କିନ୍ତୁ ଏହାକୁ ଆମେ ହୋଲ୍ଡ କରି ରଖିଛୁ । ତେବେ ଏହି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରାଟ ଭୋଟ୍ ଦେଇପାରିବେ ନାହିଁ । କାହିଁକି ନା ଆବେଦନ କରିବାରେ ସେ ବହୁତ ବିଳମ୍ବ କରିଦେଇଛନ୍ତି । ଆଗାମୀ ନିର୍ବାଚନ ପାଇଁ ତାଙ୍କର ଆବେଦନ ଉପରେ ବିଚାର ବିମର୍ଶ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।ତେବେ ବିରାଟ ମୁମ୍ବାଇରେ ନିଜର ବାସଭବନ ତଥା ବର୍ଲିରୁ ହିଁ ନିଜ ନାଁ ମତାଦନ ତାଲିକାରେ ଏଂଟ୍ରି କରିବାକୁ ଚାହୁଥିଲେ । ଆଉ ଏଠାରୁ ସେ ନିଜ ନାଁ ଭୋଟିଂ ଲିଷ୍ଟରେ ଏଂଟ୍ରି କରିବାକୁ ଭରପୂର ପ୍ରୟାୟ ମଧ୍ୟ କରିଥିଲେ । କିନ୍ତୁ ବିରାଟଙ୍କୁ ନିରାଶ ହେବାକୁ ପଡିଛି । ତେବେ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା କି, ବିରାଟଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଭୋଟ୍ ଦେବାକୁ ନିବେଦନ କରିଥିଲେ ।