ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି ବିରାଟ କୋହଲୀ । ବ୍ୟକ୍ତିଗତ କାରଣ ଦର୍ଶାଇଲେ ବିରାଟ, ବିସିସିଆଇର ସୂଚନା

390

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ନେଇ ଆସିଛି ବଡ ଖବର । ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଲେ ବିରାଟ କୋହଲୀ । ବ୍ୟକ୍ତିଗତ କାରଣରୁ କୋହଲୀ ଖେଳିବେନି । ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ବିିସିସିଆଇ କହିଛି ପ୍ରଥମ ଦୁଇଟି ଟେଷ୍ଟ ନଖେଳିବା ପାଇଁ ବିରାଟ କୋହଲୀ ରୋହିତ ଶର୍ମା, ଟିମ ମ୍ୟାନେଜମେଂଟ ଓ ଚୟନକର୍ତାଙ୍କ ସହ ଆଲୋଚନା କରିଥିଲେ । ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ୩ଟି ମ୍ୟାଚ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଖେଳିନଥିଲେ ବିରାଟ ।