କୋହଲିଙ୍କ ଆଉଟକୁ ନେଇ ବିବାଦ । ଅମ୍ପାୟାରଙ୍କ ଉପରେ ବର୍ଷିଲେ ପ୍ରଶଂସକ, ନିରାଶ ହୋଇ ପ୍ୟାଭିଲିୟନ ଫେରିଲେ ବିରାଟ ।

କୋହଲିଙ୍କ ଆଉଟକୁ ନେଇ ବିବାଦ । ଅମ୍ପାୟାରଙ୍କ ଉପରେ ବର୍ଷିଲେ ପ୍ରଶଂସକ, ନିରାଶ ହୋଇ ପ୍ୟାଭିଲିୟନ ଫେରିଲେ ବିରାଟ ।

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କୋହଲିଙ୍କ ୱିକେଟକୁ ନେଇ ବିବାଦ ଆରମ୍ଭ ହୋଇଛି । କୋହଲିଙ୍କୁ ଯେଉଁଭଳି ଢଙ୍ଗରେ ଏଲବିଡବ୍ଲୁ ଆଉଟ ଦିଆଗଲା ତାହାକୁ ନେଇ କ୍ରିକେଟ ଫ୍ୟାନଙ୍କ ଠାରୁ ଆରମ୍ଭ କରି ଟିମ୍ ମ୍ୟାନେଜମେଣ୍ଟ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । ଭାରତ ସହଳ ୱିକେଟ ହରାଇ ବିପଦରେ ପଡିଥିବା ବେଳେ ଦଳର ସୁରକ୍ଷାକବଚ ସାଜିଥିଲେ କୋହଲି । କିନ୍ତୁ ଇନିଂସର ୫୦ତମ ଓଭରରେ କୋହଲିଙ୍କୁ ମାଥ୍ୟୁ କୁହ୍ନେନମ୍ୟାନ ଏଲବିଡବ୍ଲ୍ୟୁ ଆଉଟ କରିଥିଲେ । ତେବେ ସଙ୍ଗେ ସଙ୍ଗେ ରିଭ୍ୟୁ ନେଇଥିଲେ କୋହଲି । ରିଭ୍ୟୁରେ ବିରାଟଙ୍କ ଆଉଟକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଉପୁଜିଥିଲା । କିନ୍ତୁ ଅମ୍ପାୟରଙ୍କ କଲ୍ ଅନୁଯାୟୀ କୋହଲିଙ୍କୁ ଆଉଟ ଦିଆଯାଇଥିଲା । ତେବେ ଏହି ନିଷ୍ପତ୍ତିକୁ ନେଇ ଉଭୟ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟ ନିରାଶା ବ୍ୟକ୍ତ କରିଥିଲେ ।

କଣ ଥିଲା ପୂରା ଘଟଣା ?
ଅଷ୍ଟ୍ରେଲିଆ ସ୍ପିନର କୁହ୍ନେମ୍ୟାନଙ୍କ ବଲକୁ କୋହଲି ଡିଫେନ୍ସ କରିବାକୁ ଚେଷ୍ଟା କରୁଥିବା ବେଳେ ବଲଟି ଉଭୟ ବ୍ୟାଟ୍ ଓ ପ୍ୟାଡରେ ବାଜିଥିଲା । କିନ୍ତୁ ଅମ୍ପାୟାର କୋହଲିଙ୍କୁ ଆଉଟ ଦେଇଥିଲେ । କିନ୍ତୁ ବିରାଟ ତତକ୍ଷଣାତ ରିଭ୍ୟୁ ନେଇଥିଲେ । କାରଣ ବଲଟି ପ୍ରଥମେ ବ୍ୟାଟ୍ ଓ ପରେ ପ୍ୟାଡରେ ବାଜିଥିଲା । ଟିଭି ରିପ୍ଲେରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଲା । କିନ୍ତୁ କିଛି ସ୍ପଷ୍ଟ ହୋଇପାରିନଥିଲା । ପରେ ଅମ୍ପାୟରଙ୍କ କଲ୍ ଅନୁଯାୟୀ କୋହଲିଙ୍କୁ ପ୍ୟାଭିିଲିୟନ ଫେରିବାକୁ ପଡିଥିଲା । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe