କିଛିଦିନ ପୂର୍ବେ ମିଡ଼ିଆରେ ଏହା ଖୁବ ଚର୍ଚ୍ଚା ହେଉଥିଲା ଯେ ଟିମଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହିଲି ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ସର୍ବାଧିକ ଅର୍ଥ ଦାବି କରନ୍ତି । ଏହାମଧ୍ୟ କୁହାଯାଉଥିଲା ଯେ କୋହିଲି ଗୋଟେ ପୋଷ୍ଟରୁ ୧୧.୪୫ କୋଟି ଟଙ୍କା ଆୟ କରନ୍ତି । ଏବେଏବେ ବିରାଟ କୋହିଲି ଟୁଇଟ କରି ଏହି ଖବରକୁ ଖଣ୍ଡନ କରିଛନ୍ତି । ଏହା ସତ୍ୟ ନୁହେଁ ବୋଲି କୋହିଲି କହିଛନ୍ତି ।

Advertisment

କିଛିଦିନ ପୂର୍ବେ ବିରାଟ କୋହିଲିଙ୍କ  ଇଂଷ୍ଟାଗ୍ରାମରୁ ହେଉଥିବା ଆୟ ବିଷୟ ନେଇ ମିଡ଼ିଆରେ ଖୁବ ଜୋରେ ଚର୍ଚ୍ଚା ଚାଲିଥିଲା । ମିଡ଼ିଆ ରିପୋର୍ଟ ଅନୁସାରେ ଗୋଟେ ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟରୁ ତାଙ୍କର ପ୍ରାୟ ୧୧.୪୫କୋଟି ଟଙ୍କା ଆୟ ହେଉଛି । ଏହିପରି ଆୟ ମାମଲାରେ ବିରାଟ କୋହିଲି ବିଶ୍ବର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ସ୍ଥାନରେ ଖ୍ୟାତିସମ୍ପନ୍ନ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଓ ଦ୍ଵିତୀୟ ସ୍ଥାନରେ ଲିଓନେଲ ମେସି ଅଛନ୍ତି ।

ଟୁଇଟ କରି ଖଣ୍ଡନ କଲେ ବିରାଟ

ଏହି ଖବରକୁ ଖଣ୍ଡନ କରି ଟୁଇଟ କରି ବିରାଟ କୋହିଲି କହିଲେ “ଆଜି ପର୍ଯ୍ୟନ୍ତ ମୋତେ ଜୀବନରେ ଯାହାକିଛି ମିଳିଛି ସେଥିରେ ମୁଁ ସନ୍ତୁଷ୍ଟ ତଥା କୃତଜ୍ଞ । ମୋର ସୋସିଆଲ ମେଡ଼ିଆର ଆୟ ବିଷୟରେ ଯାହା ଖବର ଆସୁଛି ତାହା ସତ୍ୟ ନୁହେଁ ।“

ଭାରତର ପ୍ରସିଦ୍ଧ କ୍ରିକେଟର ବିରାଟ କୋହିଲି ବିଶ୍ବରେ ସର୍ବାଧିକ ଲୋକପ୍ରିୟ କ୍ରିକେଟ ଖେଳାଳି । ଇଂଷ୍ଟାଗ୍ରାମରେ ତାଙ୍କର ୨.୫ମିଲିଅନରୁ ଅଧିକ ଫଲୋୟର ଅଛନ୍ତି । ଆୟ ମାମଲାରେ ସେ ସମସ୍ତ କ୍ରିକେଟରଙ୍କ ଠାରୁ ବହୁତ ଆଗରେ ଅଛନ୍ତି । କୋହିଲିଙ୍କର ସମସ୍ତ ସମ୍ପତିର ମୂଲ୍ୟ ୧୦୫୦କୋଟି ଟଙ୍କା ବୋଲି କୁହାଯାଉଛି ।

ଷ୍ଟକ ଗ୍ରୋ ଅନୁସାରେ କୋହିଲିଙ୍କର ମୋଟ ସମ୍ପତିର ମୂଲ୍ୟ ୧୦୫୦କୋଟି ଟଙ୍କା ଅଟେ ଯାହା ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ କ୍ରିକେଟର ମାନଙ୍କ ଆୟ ଠାରୁ ଢେର ଅଧିକ । ୩୪ ବର୍ଷୀୟ କୋହିଲିଙ୍କୁ ବିସିସିଆଇ ନିଜ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ a+ ଶ୍ରେଣୀରେ ରଖିଛି । ଟିମ ଇଣ୍ଡିଆ ଚୁକ୍ତିନାମା ଅନୁସାରେ କୋହିଲି ବାର୍ଷିକ ୭ କୋଟି ଟଙ୍କା ପାଉଣା ନିଅନ୍ତି । ସେ ପ୍ରତ୍ଯେକ ଟେଷ୍ଟ ମ୍ଯାଚ ପାଇଁ ଫିସ ଆକାରରେ ୧୫ ଲକ୍ଷ ଟଙ୍କା , ଏକଦିବସୀୟ ମ୍ଯାଚ ପାଇଁ ୬ ଲକ୍ଷ ଏବଂ ଟି20 ପାଇଁ ୩ ଲକ୍ଷ ଟଙ୍କା ପାଇଥାନ୍ତି ।