ଧୋନୀ, ରୋହିତ ପଛରେ ବିରାଟ ଆଗରେ । ଚଳିତବର୍ଷ ସବୁଠାରୁ ଅଧିକଥର ଟ୍ୱିଟ୍ ହୋଇଥିବା ପୁରୁଷ ଖେଳାଳି ହେଲେ ବିରାଟ ।

Advertisment
ଧୋନୀ, ରୋହିତ ପଛରେ ବିରାଟ ଆଗରେ । ଚଳିତବର୍ଷ ସବୁଠାରୁ ଅଧିକଥର ଟ୍ୱିଟ୍ ହୋଇଥିବା ପୁରୁଷ ଖେଳାଳି ହେଲେ ବିରାଟ ।

କନକ ବ୍ୟୁରୋ : ହୁଏତ ୨୦୨୦ର ବ୍ୟାଟିଂ ରେକର୍ଡରେ ବିରାଟ କୋହଲି ଶୀର୍ଷ ସ୍ଥାନ ଅଧିକାର କରିପାରି ନାହାନ୍ତି। ମାତ୍ର ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟରରେ ବାଜିମାତ୍‌ କରିଛନ୍ତି ଏହି ଲୋକପ୍ରିୟ କ୍ରକେଟ ତାରକା। ଚଳିତବର୍ଷ ଟ୍ବିଟ୍‌ରରେ ଅଧିକରୁ ଅଧିକ ଲୋକ ଏହି ତାରକାଙ୍କ ବିଷୟରେ କଥା ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି। ସେ ଏହି କ୍ଷେତ୍ରରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ପରି ଉଦୀୟମାନ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ବିରାଟ ହେଉଛନ୍ତି ଟ୍ବିଟ୍‌ରରେ ଅଧିକ ଚର୍ଚ୍ଚିତ ପୁରୁଷ ଖେଳାଳି। ମହିଳା ଖେଳାଳିଙ୍କ ମଧ୍ୟରେ ଏହି ସ୍ଥାନ ଅଧିକାର କରିଛନ୍ତି ରେସଲର ଗୀତା ଫୋଗଟ। ସେହିପରି ବ୍ୟାଡ୍‌ମିଟନ୍‌ ତାରକା ପିଭି ସିନ୍ଧୁ ଓ ସାଇନା ନେହୱାଲ ମଧ୍ୟରେ ଶୀର୍ଷରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗାମୀ ଜାନୁଆରିରେ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି। ସେଥିପାଇଁ ସେ ଖୁବ୍‌ ଶୀଘ୍ର ପିତୃତ୍ବ ଛୁଟି ନେଇ ଘରେ ରହିବେ। ଚଳିତବର୍ଷ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେବା ସମୟରେ ଟ୍ବିଟର୍‌ରେ ବହୁ ଚର୍ଚ୍ଚିତ ହୋଇଥିଲେ ବି ତାଙ୍କ ରେକର୍ଡକୁ ବି ଭଙ୍ଗ କରିଛନ୍ତି ବିରାଟ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚଳିତବର୍ଷ ଧୋନି ଅବସର ନେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ଚିଠିର ଧୋନି ଯେଉଁ ଉତ୍ତର ଦେଇଥିଲେ ତାହା ୨୦୨୦ର ସବୁଠାରୁ ଅଧିକ ରି-ଟ୍ୱିଟ୍‌ ହୋଇଥିବା ଟ୍ୱିଟ୍‌ ପୋଷ୍ଟ୍‌ ଥିଲା।

ଜାଣିବାକୁ ମିଳିଛି ଯେ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ହେବା ଖବର କୋହଲି ଟ୍ୱିଟରରେ ପ୍ରକାଶ କରିବା ପରେ ତାଙ୍କ ଟ୍ୱିଟ୍‌ ଗୁଡ଼ିକର ଚାହିଦା ବଢ଼ିଥିଲା। ସେବେଠାରୁ ତାଙ୍କ ଟ୍ୱିଟକୁ ଅଧିକ ଲାଇକ୍‌ ଓ କମେଣ୍ଟ୍‌ ମିଳିବା ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe