ମ୍ୟାଚ ପୂର୍ବରୁ ବିରାଟଙ୍କ ବଡ ଘୋଷଣା: ୨୦୨୧ ପରେ ଆରସିବି ଅଧିନାୟକ ପଦ ଛାଡିବେ ବିରାଟ

249

କନକ ବ୍ୟୁରୋ: ବିରାଟ କୋହଲି ଆରସିବି ଅଧିନାୟକ ପଦ ଛାଡିବେ । ୨୦୨୧ ଆଇପିଏଲ ପରେ ଅଧିନାୟକ ପଦ ଛାଡିବେ ବିରାଟ କୋହଲି । ଏନେଇ ଆରସିବି ଏକ ଭିଡିଓ ଜାରି କରି ସୂଚନା ଦେଇଛି । ଭିଡିଓରେ ନିଜେ ବିରାଟ କୋହଲି ଆଇପିଏଲ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ।

ଭିଡିଓରେ ବିରାଟ କହିଛନ୍ତି, ଚଳିତ ଆଇପିଏଲରେ ମୁଁ ଶେଷ ଥର ପାଇଁ ଆରିସିବିକୁ ଅଧିନାୟକତ୍ୱ କରିବି । ହେଲେ ଖେଳାଳି ଭାବେ ଖେଳ ଜାରି ରଖିବି । ମୁଁ ଜାଣିଛି ଆରସିବିର ଫ୍ୟାନ ମୋ ଉପରେ ଭରସା ରଖିବେ ଓ ମତେ ସପୋର୍ଟ କରିବେ ।

ତେବେ ନିକଟରେ ଟି-୨୦ ବିଶ୍ୱକପ ପରେ ବିରାଟ ଭାରତର ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଥିଲେ । ସେ ଭାରତକୁ କେବଳ ଦିନିକିଆ ଓ ଟେଷ୍ଟରେ ଅଧିନାୟକତ୍ୱ କରିବେ । ଏହି ଘୋଷଣାର କିଛିଦିନ ପରେ ଅର୍ଥାତ ଆଜି ବିରାଟ ଆରିସିବି ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ।