କନକ ବ୍ୟୁରୋ: ଆଇପିଏଲରେ ଶନିବାର ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଶନିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଏକ ବଡ ରେକର୍ଡର ଅଧିକାରୀ ହୋଇପାରନ୍ତି ଆରସିବି ଦଳର ପୂର୍ବ କ୍ୟାପଟେନ୍ ବିରାଟ କୋହଲି । ଯଦି ଆଜିର ମ୍ୟାଚରେ କୋହଲି ମାତ୍ର ୧୨ ରନ୍ ସଂଗ୍ରହ କରିନିଅନ୍ତି, ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଖେଳାଳି ଭାବେ ସେ ୭ ହଜାର ରନ୍ ପୂରଣ କରିବେ ।
ଦିଲ୍ଲୀ ବିପକ୍ଷ ମ୍ୟାଚରେ କୋହଲି ଯଦି ଆଉ ୧୨ ରନ୍ ସଂଗ୍ରହ କରିନିଅନ୍ତି, ତେବେ ସେହି ଏହି ରେକର୍ଡର ଅଧିକାରୀ ହେବେ । ପ୍ରଥମ ଖେଳାଳି ଭାବେ ସେ ଆଇପିଏଲରେ ୭ ହଜାର ରନ୍ ପୂରଣ କରିବେ । ବର୍ତ୍ତମାନ ସୁଦ୍ଧା କୋହଲି ଆଇପିଏଲରେ ୬୯୮୮ ରନ୍ ସଂଗ୍ରହ କରିସାରିଛନ୍ତି, ଆଉ ୭ ହଜାର ରନ୍ ପୂରଣରୁ ୧୨ ରନ୍ ପଛରେ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୋହଲି ଆଇପିଏଲରେ ୫ ଶତକ ମାରିସାରିଥିବାବେଳେ, ୪୯ଟି ଅର୍ଦ୍ଧଶତକକୁ ନିଜ ନାଁରେ କରିଛନ୍ତି ।
ଚଳିତ ଆଇପିଏଲରେ କୋହଲି ଜବରଦସ୍ତ ଫର୍ମରେ ରହିଛନ୍ତି । ଚଳିତ ସିଜିନରେ ସବୁଠୁ ଅଧିକ ରନ୍ ସ୍କେରା କରିବା ଲିଷ୍ଟର ପ୍ରଥମ ୫ ଜଣ ବ୍ୟାଟ୍ସମ୍ୟାନଙ୍କ ଭିତରେ କୋହଲି ରହିଛନ୍ତି । ଆଇପିଏଲ୍ ୨୦୨୩ ସିଜିନରେ ଏବେ ସୁଦ୍ଧା ସେ ୩୬୪ ରନ୍ କରିସାରିଥିବାବେଳେ, ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ୮୨ ରନ୍ । ଖାଲି ସେତିକି ନୁହେଁ, ଚଳିତ ସିଜିନରେ ସେ ୫ଟି ଅର୍ଦ୍ଧଶତକ ମାରିସାରିଥିବାବେଳେ, ୩୩ଟି ଚୌକା ଓ ୧୧ଟି ଛକା ମଧ୍ୟ ମାରିସାରିଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/89363744.webp)