ଅଧିନାୟକ ପଦବୀ ଛାଡିବେ ବିରାଟ । ଟି-୨୦ ବିଶ୍ୱକପ ପରେ ଛାଡିବେ କ୍ୟାପଟେନ ପଦ ।

210

କନକ ବ୍ୟୁରୋ : ଅଧିନାୟକ ପଦ ଛାଡିବେ ବିରାଟ କୋହଲି । ଟି-୨୦ ବିଶ୍ୱକପରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କଲେ କୋହଲି । କେବଳ ଟି-୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ବିରାଟ । ପୂର୍ବରୁ ବିରାଟ ଅଧିନାୟକ ପଦ ଛାଡିବା ନେଇ ଚର୍ଚ୍ଚା ହେଉଥିଲା ।ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ । ପୂର୍ବରୁ ବିରାଟ ଅଧିନାୟକ ପଦ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ପୂର୍ବଭଳି ଦିନିକିଆ ଓ ଟେଷ୍ଟ ମ୍ୟାଚର ଅଧିନାୟକ ରହିବେ ବିରାଟ କୋହଲି । କୋଚ ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବିରାଟ । ବିସିସିଆଇ ସଭାପତି ଓ ସମ୍ପାଦକଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଛନ୍ତି ବିରାଟ । ଆସନ୍ତା ମାସରେ ଦୁବାଇରେ ଟି-୨୦ ବିଶ୍ୱକପ ଖେଳାଯିବ । ଆଉ ଏହାପରେ ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡିବେ ବିରାଟ । କେବଳ ଟି-୨୦ ଟିମରେ ସଦସ୍ୟ ଭାବେ ଖେଳିବେ ବିରାଟ ।

ଗତ ୮ରୁ ୯ ବର୍ଷ ହେବ ଟିମ୍ ଇଣ୍ଡିଆ ପାଇଁ ୩ଟି ଫର୍ମାଟରେ ନିୟମିତ ଭାବେ ଖେଳି ଆସୁଛନ୍ତି ଏବଂ ୫ରୁ ୬ ବର୍ଷ ହେବ ଦଳର ଅଧିନାୟକ ରହିଛନ୍ତି । ତେଣୁ ଅଧିକ ଖେଳ ଚାପ ପଡୁଥିବାରୁ ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ପାଇଁ ନିଜକୁ ଅଧିକ ପ୍ରସ୍ତୁତ କରିବାକୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବିରାଟ । ଏହାସହ ଅଧିନାୟକ ଭାବେ ତାଙ୍କୁ ସମର୍ଥନ କରିଥିବାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିରାଟ । ଆଗକୁ ମଧ୍ୟ ଟିମ୍ ଇଣ୍ଡିଆ ଓ ଭାରତ ପାଇଁ ଭଲ ପ୍ରଦର୍ଶନ କରିବି ବୋଲି କହିଛନ୍ତି ବିରାଟ ।