ରାଗିଗଲେ କୋହଲି, ଡ୍ରେସିଂ ରୁମରେ କିଛି ଏମିତି କଲେ । ଭିଡ଼ିଓ ଭାଇରାଲ ।

386

କନକ ବ୍ୟୁରୋ :ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପଞ୍ଚମ ଦିନରେ ମ୍ୟାଚ୍ ଜିତିବାକୁ ଇଂଲଣ୍ଡକୁ ୨୯୧ ରନ୍ ଆବଶ୍ୟକ ଥିବା ବେଳେ ଭାରତକୁ ୧୦ଟି ୱିକେଟର ଆବଶ୍ୟକତା ରହିଛି । ଦ୍ୱିତୀୟ ଇନିଂସରେ ଭାରତ କମବ୍ୟାକ୍ କରିବା ସହ ୪୬୬ ରନ୍ କରିବା ସହ ଇଂଲଣ୍ଡ ଆଗରେ ୩୬୭ ରନର ବିଶାଳ ବିଜୟଲକ୍ଷ୍ୟ ରଖିଛି । ଭାରତ ପକ୍ଷରୁଶେଷ ଆଡକୁ ସାର୍ଦ୍ଦୁଳ ଠାକୁର, ଉମେଶ ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଡ ସ୍କୋର କରିବାରେ ସହାୟତ ହୋଇଥିଲା । ତେବେ ବିରାଟ କୋହଲିଙ୍କ ବ୍ୟାଟରୁ ବଡ ଇନିଂସ ଦେଖିବାକୁ ମିଳିନଥିଲା । ଅତି ସତର୍କତାର ସହ ବ୍ୟାଟିଂ କରୁଥିବା ବିରାଟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ପ୍ରଥମ ପାଳିରେ ଅର୍ଦ୍ଧଶତକ ମାରିଥିବା ବିରାଟ ଦ୍ୱିତୀୟ ପାଳିରେ ୪୪ ରନ୍ କରି ଆଉଟ ହୋଇଥିଲେ । ଦ୍ୱିତୀୟ ପାଳିରେ ଜଗିରଖି ଖେଳୁଥିବା ବିରାଟ କ୍ରିଜରେ ଅଧିକ ସମୟ ବିତାଇବା ପରେ ମଧ୍ୟ ଆଉଟ ହୋଇଥିଲେ । ମୋଇନ ଅଲ୍ଲୀଙ୍କ ବଲରେ କ୍ୟାଚ୍ ହୋଇ ପ୍ୟାଭିଲିୟନ ଫେରିଥିଲେ ବିରାଟ ।

ତେବେ ଡ୍ରେସିଂ ରୁମରେ ପହଞ୍ଚି ବା ପରେ ବିରାଟଙ୍କ ରାଗ ଦେଖିବାକୁ ମିଳିଥିଲା । ବଡ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ଡ୍ରେସିଂ ରୁମର କାନ୍ଥକୁ ମୁଥ୍ ମାରି ନିଜ ରାଗକୁ ଶାନ୍ତ କରିଥିଲେ ବିରାଟ । ଆଉ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଇଂଲଣ୍ଡ ବିପକ୍ଷ ଚଳିତ ସିରିଜରେ ବିରାଟଙ୍କ ବ୍ୟାଟରୁ ପ୍ରଂଶସକ ମାନେ ଶତକ ଆଶା କରିଥିଲେ ମଧ୍ୟ ତାହା ଏଯାଏଁ ପୂରା ହୋଇନି । ଏହାଛଡା ଗତ ୫୩ଟି ଇନିଂସରୁ ବିରାଟଙ୍କ ବ୍ୟାଟରୁ ଶତକୀୟ ଇନିଂସ ଦେଖିବାକୁ ମିଳିନି । ଶେଷଥର ପାଇଁ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ ବିରାଟ । କୋଲକାତାରେ ୧୩୬ ରନର ପାଳି ଖେଳିଥିଲେ ବିରାଟ । କିନ୍ତୁ ଏହାପରଠାରୁ ବିରାଟଙ୍କ ବ୍ୟାଟରୁ ଆଉ ବଡ ଇନିଂସ ଦେଖିବାକୁ ମିଳିନି । ଏହାପୂର୍ବରୁ ଲଡର୍ସରେ ମଧ୍ୟ ଆଉଟ ହେବା ପରେ ଡ୍ରେସିଂ ରୁମରେ ବିରାଟଙ୍କ ରାଗ ଦେଖିବାକୁ ମିଳିଥିଲା । ଡ୍ରେସିଂ ରୁମରେ ନାପକିନ୍ ପେପର ଫୋପାଡି ଦେଇଥିଲେ କୋହଲି । ପରେ ବାଲକୋନିରେ ନିରାଶ ହୋଇ ବସିଥିବାର ଦେଖିବାକୁ ମିଳିଥିଲା ।