କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆଦର୍ଶ ପାଲଟିଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲିଙ୍କ ଆଜି ଜନ୍ମଦିନ । ଦିଲ୍ଲୀରେ ରହୁଥିବା ବିରାଟଙ୍କ ଜନ୍ମ ଦିଲ୍ଲୀରେ ନଭେମ୍ବର ୫ , ୧୯୮୮ ରେ ହୋଇଥିଲା । ଆଜି ସେ ୩୦ ବର୍ଷରେ ପାଦ ଥାପିଛନ୍ତି । ୧୮ ନମ୍ବର ଜର୍ସି ପିନ୍ଧୁଥିବା ଅଧିନାୟକ ବିରାଟ ୨୦୧୮ ବର୍ଷରେ ଅନେକ ୱାର୍ଲଡ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ।
View this post on InstagramThank you everyone for all the love and the wishes. God Bless you all. 😊
ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିବା କୋହଲି ପ୍ରତିବର୍ଷ ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ଚଳିତବର୍ଷ ସେ ନିଜ ପତ୍ନୀଙ୍କ ସହ ଦେହରାଦୁନ୍ ଏବଂ ହରିଦ୍ୱାର ଭ୍ରମଣର ପ୍ଲାନ୍ ରଖିଥିଲେ ଏବଂ ସେଥିପାଇଁ ସେ ଶନିବାର ଦେହରାଦୁନଠାରେ ପହଞ୍ôଚଥିଲେ । ସେ ଅନୁଷ୍କାଙ୍କ ସହ ୭ ଦିନ ଭ୍ରମଣର ପ୍ଲାନ୍ ରଖିଛନ୍ତି । ପରିବାର ସହ ଜନ୍ମଦିନ ପାଳିବା ପୂର୍ବରୁ ସେ ନିଜ ବନ୍ଧୁ ତଥା କ୍ରିକେଟଦଳର ସଦସ୍ୟଙ୍କ ସହ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଫଟୋ ସେ ସୋସିଆଲ୍ ମିଡିଆରେ ମଧ୍ୟ ସେୟାର୍ କରିଛନ୍ତି ।
Follow Us
/kanak/media/post_attachments/wp-content/uploads/2018/11/x1080-qIH-300x169.jpg)