ସବୁବେଳେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲୀଙ୍କ ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓଟି ବିରାଟ୍ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର୍ କରିଥିଲେ । ଯେଉଁଥିରେ ସେ ଟ୍ୱିଟରରେ ନିଜ ହେଟରଙ୍କୁ ପ୍ରତ୍ୟୁତର ଦେଇଥିବା କଥା କହିଛନ୍ତି ।
ଟ୍ୱିଟରରେ ଜଣେ ହେଟର ବିରାଟଙ୍କୁ କହିଥିଲେ ଯେ ଭାରତୀୟ କ୍ରିକେଟ୍ ଟିମର ଆଗ୍ରସିଭ୍ ବ୍ୟାଟସମ୍ୟାନଙ୍କ ଅପେକ୍ଷା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କୁ ଦେଖିବାକୁ ମୁଁ ଖୁବ୍ ପସନ୍ଦ କରେ । ଯାହାର ପ୍ରତ୍ୟୁତରରେ ବିରାଟ କହିଥିଲେ ଯେ ଯାହାକୁ ଭାରତୀୟ କ୍ରିକେଟ୍ ଖେଳାଳୀଙ୍କ ପ୍ରଦର୍ଶନ ଅପେକ୍ଷା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳୀଙ୍କ ପ୍ରଦର୍ଶନ ଭଲ ଲାଗୁଛି ତେବେ ତୁମେ ଭାରତରେ ରହିବା ଅପେକ୍ଷା ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରେ ରହିବା ଖୁବ୍ ଭଲ ହେବ ।
Is #Kohli asking his non-Indian fans to leave their country and come to India🤔🤔.. Or to sort their priorities? #WTFpic.twitter.com/tRAX4QbuZI
— H (@Hramblings) November 6, 2018
ଏକ ଭିଡିଓ ମାଧ୍ୟମରେ କୋହଲି ଏଭଳି ମନ୍ତବ୍ୟ ରଖିଛନ୍ତି । ଯାହାକୁ ପ୍ରଶଂସକମାନେ କୋହଲୀଙ୍କ ପ୍ରଶଂସକଙ୍କୁ କଟାକ୍ଷ ବୋଲି ଭାବୁଛନ୍ତି । ଏହି ଭିଡିଓକୁ ନେଇ ଏବେ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି ।