ବିରାଟ କୋହଲିଙ୍କର ନାଁ ଆଜିର ସମୟରେ ଖେଳାଳୀ ମାନଙ୍କ ମଧ୍ୟରୁ ଶୀର୍ଷ ସ୍ଥାନରେ ରହିଛି । ସେ ଯାହା ବି କରନ୍ତି ତାହା ହେଡଲାଇନ ହୋଇଯାଏ । ଅନୁଷ୍କାଙ୍କ ସହ ଡେଟିଂ କରିବା ଠାରୁ ଆରମ୍ଭ କରି ଖେଳ ସମସ୍ତ ବିଷୟରେ ସୋସିଆଲ ମିଡିଆରେ ସେ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ ଏଭଳି ହସ୍ତକ୍ଷେପରୁ କୋହଲି ଏବେ ବିରକ୍ତି ପ୍ରକାଶ କରିଛନ୍ତି ।
ଆଇଏନଏନଏସକୁ ଦେଇଥିବା ଈ-ମେଲ ସାକ୍ଷାତକାରରେ ବିରାଟ କିଭଳି ଜଣେ ସେଲିବ୍ରିଟି ଭଳି ଅନୁଭବ କରନ୍ତି ଏବଂ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିଛନ୍ତି । ଏହାସହ ସେ କ୍ରିକେଟରେ ନିଜର ଯାତ୍ରା ଏବଂ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଗର୍ବିତ ଅନୁଭବ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି ।କୋହଲି ନିଜର ବ୍ୟକ୍ତିଗତ ଜୀବନରେ ଲୋକମାନଙ୍କ ବାରମ୍ବାର ହସ୍ତକ୍ଷେପ ଉପରେ ବିରକ୍ତ ପ୍ରକାଶ କରିଛନ୍ତି । ଟିମ ଇଣ୍ଡିଆର କ୍ୟ।ପଟେନଙ୍କ କହିବା ମୁତାବକ ସେଲିବ୍ରିଟି ମାନେ ମଧ୍ୟ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇଥା’ନ୍ତି ।
ସେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଖୁବ ସନ୍ତୁଳନରେ ବନାଇ ରଖିଛନ୍ତି ଏବଂ ସେ ଘରେ ଥିବା ସମୟରେ କ୍ରିକେଟ ଠାରୁ ଦୂରରେ ରୁହନ୍ତି । ସେ ସାଧାରଣ ବ୍ୟକ୍ତିଙ୍କ ଭଳି ସାଙ୍ଗମାନଙ୍କୁ ଦେଖା କରନ୍ତି ଏବଂ ଫିଲ୍ମ ଦେଖିବା ଲାଭଗି ବାହାରକୁ ମଧ୍ୟ ଯାଆନ୍ତି । ତାଙ୍କୁ ତାଙ୍କର କୁକୁର ସହ ସମୟ ଅତିବାହିତ କରିବାକୁ ଭଲ ଲାଗେ ବୋଲି ବିରାଟ କହିଛନ୍ତି ।
ସେହି ସାକ୍ଷାତକାରରେ ସେ କ୍ରିକେଟକୁ ନେଇ କହିଛନ୍ତି ଯେ, ଦେଶ ପାଇଁ ଖେଳିବା ତାଙ୍କର ସ୍ୱପ୍ନ ଥିଲା ଏବଂ ଯେତେବେଳେ ସମଗ୍ର ଦେଶବାସୀ ଖେଳ ସମୟରେ ଛିଡା ହୋଇ ତାଙ୍କୁ ଉତ୍ସାହିତ କରନ୍ତି ସେ ସମୟର ଅନୁଭୂତି ଭିନ୍ନ ଅଟେ । ସେ ଏହାର ଭରପୂର ଆନନ୍ଦ ଉଠାଉଥିବା କହିଛନ୍ତି ।
ଶେଷରେ ତାଙ୍କୁ ଯେତେବେଳେ କୁହାଗଲା କି ଆପଣଙ୍କ ବାୟୋପିକ ହେବା ଦରକାର ଏହାର ପ୍ରତ୍ୟୁତ୍ତରରେ କହିଛନ୍ତି ଯେ ଏହି ବିଷୟରେ ଏବେ ପର୍ଯ୍ୟନ୍ତ ଭାବି ନାହାନ୍ତି । ଯଦି କେହି ତାଙ୍କ କାହାଣୀ ଉପରେ ଆଧାରିତ ବାୟୋପିକ ପ୍ରସ୍ତୁତ କରିବେ ତାହା ବାୟୋପିକ ନୁହେଁ ତାଙ୍କର ସତ କାହାଣୀ ଉପରେ ଆଧାରିତ ହୋଇଥିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/virat_kohli_is_the_most_popular_cricketer_in_pakistan_1513342983_725x725.jpg)
/kanak/media/post_attachments/wp-content/uploads/2018/05/virushka-300x179.png)
/kanak/media/post_attachments/wp-content/uploads/2018/05/india-england-odi-match_786969d6-db3d-11e6-a473-4fa7bf176867-300x169.jpg)