ଦିନିକିଆ ଅଧିନାୟକ ପଦ ଛାଡୁନଥିଲେ କୋହଲି! ୪୮ ଘଣ୍ଟା ଅପେକ୍ଷା ପରେ ନିଷ୍ପତ୍ତି ନେଲା ବିସିସିଆଇ 

521

କନକ ବ୍ୟୁରୋ: ନିକଟରେ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଟିମ ଇଣ୍ଡିଆରେ ବଡ ପରିବର୍ତ୍ତନ କରାଯାଇଛି । ବିରାଟ କୋହଲି ନିଜେ ଟି-୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ । ଏବେ ବିରାଟଙ୍କ ହାତରୁ ଦିନିକିଆ ଅଧିନାୟକ ପଦ ମଧ୍ୟ ଖସିଯାଇଛି । କାରଣ କୋହଲି ଅଧିନାୟକ ପଦ ଛାଡିବାକୁ ରାଜି ନଥିଲେ । ବିସିସିଆଇ ତାଙ୍କୁ ୪୮ ଘଣ୍ଟାର ସମୟ ଦେଇଥିଲେ ବି ସେ କୌଣସି ଉତ୍ତର ରଖିନଥିଲେ ।

ପିଟିଆଇ ନିଜ ରିପୋର୍ଟରେ କହିଛି କି, ବିସିସିଆଇ ବିରାଟଙ୍କୁ ଦିନିକିଆ ଅଦିନାୟକ ପଦ ଛାଡିବାକୁ ୪୮ ଘଣ୍ଟାର ସମୟ ଦେଇଥିଲେ । ବିସିସିଆଇ କିମିଟି ଏହି ସମୟ ପର୍ଯ୍ୟନ୍ତ ବିରାଟଙ୍କ ଉତ୍ତରକୁ ଅପେକ୍ଷା କରିଥିଲା । ୪୮ ଘଣ୍ଟା ପରେ ନିଜେ ନିଜେ ବିସିସିଆଇ ରୋହିତଙ୍କୁ ଦିନିକିଆର ଅଧିନାୟକ ଦାୟିତ୍ୱ ଦେବାର ନିଷ୍ପତ୍ତି ନେଇଥିଲା ।

୨୦୨୩ ବିଶ୍ୱକପକୁ ନଜରରେ ରଖି ବିସିସିଆଇ ରୋହିତଙ୍କ ହାତରେ ଅଧିନାୟକ ପଦ ଦେଇଛି । ହେଲେ ଏଯାଏଁ ବିରାଟଙ୍କ ତରଫରୁ କୌଣସି ଉତ୍ତର ଆସିନାହିଁ । ରିପୋର୍ଟ ଅନୁସାରେ କୋହଲି ୨୦୨୩ ଯାଏଁ ଟିମ ଇଣ୍ଡିଆ ଦିନିକିଆ ଟିମର ଅଧିନାୟକ ହୋଇ ରହିବାକୁ ଚାହୁଁଥିଲେ ।