ଟିମ୍ ଇଣ୍ଡିଆର ମଙ୍ଗୁଆଳ ପରିବର୍ତ୍ତନ : ବିରାଟଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ ? ପଦରୁ ନ ଓହରିବାରୁ କ୍ୟାପଟେନ ପଦରୁ ହଟାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

1,164

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ମଙ୍ଗୁଆଳ ପରିବର୍ତନ ହୋଇଛି । ବିରାଟଙ୍କ ସ୍ଥାନରେ ରୋହିତ ହୋଇଛନ୍ତି ଦଳର ଅଧିନାୟକ ତେବେ ବିରାଟ ନିଜ ପଦରୁ ଇସ୍ତଫା ଦେଇନାହାନ୍ତି ବରଂ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି କୁହାଯାଉଛି । ଆଗକୁ ଟି-୨୦ ବିଶ୍ୱକପ ଏବଂ ଦିନିକିଆ ବିଶ୍ୱକପ୍ ରହିଛି । ଏହା ପୂର୍ବରୁ ଦଳକୁ ସଜାଡିବାକୁ ବିସିସିଆଇ ଚାହିଁଛି । ପୂର୍ବତନ କ୍ୟାପଟେନ ବିରାଟ କୋହଲଙ୍କି ନେତୃତ୍ୱରେ ଦଳ ସର୍ବାଧିକ ମ୍ୟାଚ ବିଜୟୀ ହୋଇଛି । ହେଲେ ଏଯାବତ ବିରାଟଙ୍କ ନେତୃତ୍ୱରେ ଦଳ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଥିଲା । ଯେଉଁଥିପାଇଁ କ୍ରିକେଟ ବୋର୍ଡ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଚିନ୍ତା କରିଥିଲା । ବିରାଟ କିନ୍ତୁ ଚିନ୍ତା କରିଥିଲେ ସେ ୨୦୨୩ ବିଶ୍ୱକପ ଯାଏଁ ଦଳର ନେତୃତ୍ୱ ନେବେ ।  ହେଲେ ବିସିସିଆଇ କିନ୍ତୁ ଆଉ କିଛି ନୂଆ ଚିନ୍ତା କରିଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିସିସିଆଇ ବିରାଟଙ୍କୁ ଅଧିନାୟକ ପଦ ଛାଡିବାକୁ କହିଥିଲା । ଏଥିପାଇଁ ୪୮ ଘଂଟାର ମହଲତ ଦେଇଥିଲା । ହେଲେ ବିରାଟ କୋହଲି ଏହି ଅବଧି ମଧ୍ୟରେ କୌଣସି ନିଷ୍ପତି ନେଇନଥିଲେ । ବିରାଟ କୋହଲି ସାଢେ ୪ ବର୍ଷ ହେବ ଦଳର ନେତୃତ୍ୱ ନେଉଥିଲେ । ବିସିସିଆଇ ଚାହୁଁଥିଲା ବିରାଟ ସମ୍ନାନଜନକ ଭାବରେ ଅଧିନାୟକ ପଦରୁ ଓହରିଯାନ୍ତୁ । କିନ୍ତୁ କୋହଲି ବୋର୍ଡର କଥା ମାନିନଥିବା ଜଣାପଡିଛି । ତେଣୁ ବୋର୍ଡ ବାଧ୍ୟ ହୋଇ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦେଲା ବୋଲି ସୂଚନା ରହିଛି । କ୍ୟାପଟନେ ଭାବରେ ବିରାଟ କୋହିଲ ଦଳକୁ ଅନେକ ମ୍ୟାଚ ଜିତାଇଛନ୍ତି । କିନ୍ତୁ ସେ ଆଇସିସି ଟ୍ରଫି ଜିତାଇବାରେ ବିଫଳ ହୋଇଥିଲେ । ଯାହାକୁ ନେଇ ବିସିସିଆଇ ଚିନ୍ତିତ ଥିଲା ।

୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ବିଶ୍ୱକପ ଏବଂ ଚଳିତ ବର୍ଷ ଆୟୋଜିତ ହୋଇଥିବା ଟି-୨୦ ବିଶ୍ୱକପରେ ବିରାଟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଫଳ ହୋଇଛି । ବିରାଟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୯୫ଟି ମ୍ୟାଚରୁ ୬୫ଟି ମ୍ୟାଚରେ ବିଜୟୀ ହୋଇଛି । ଯାହାକି ସର୍ବକାଳୀନ ରେକର୍ଡ । ସେହିପରି ଟେଷ୍ଟ ସିରିଜରେ ଦଳ ୧୯ଟି ମ୍ୟାଚରୁ ୧୫ଟିରେ ବିଜୟୀ ହୋଇଛି । ସେହିପରି ଅଧିନାୟକ ପଦରେ ଥାଇ ବିରାଟ ୭୨.୬୫ ହାରରେ ୫ ହଜାର ୪୪୯ ରନ୍ କରିଥିଲେ । ଯେଉଁଥିରେ ୨୧ଟି ଶତକ ଏବଂ ୨୭ଟି ଅର୍ଦ୍ଦ ଶତକ ରହିଛି ।