ବିରାଟଙ୍କୁ ଖେଳ ଜଗତର ସବୁଠାରୁ ବଡ ପୁରସ୍କାର ! ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ।

72

କନକ ବ୍ୟୁରୋ : ଖେଳ ପାଇଁ ବିରାଟ କୋହଲିଙ୍କୁ ଦେଶର ସର୍ବୋଚ୍ଚ ଖେଳରତ୍ନ ପୁରସ୍କାର । ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ । ତୃତୀୟ କ୍ରିକେଟର ଭାବେ ବିରାଟଙ୍କୁ ଏହି ପୁରସ୍କାର ମିଳିଛି । ୧୯୯୬-୯୭ରେ ସଚିନ୍ ତେନ୍ଦୁଲକର ଓ ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସେହିପରି ଭାରୋତ୍ତଳନକାରୀ ମୀରାବାଇ ଚାନୁଙ୍କୁ ମଧ୍ୟ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହା ଭାରତ ସରକାରଙ୍କ ପକ୍ଷରୁ ଖେଳ ପାଇଁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର । ମୀରାବାଇ ୩୫ ତମ ଓ ବିରାଟ କୋହଲି ୩୬ତମ ଖେଳାଳି ଭାବେ ଏହି ପୁରସ୍କାର ପାଇଛନ୍ତି । ତେବେ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି ।