କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ବିରାଟ କୋହଲି ଫିଟ ହୋଇ ସାରିଛନ୍ତି । ଏନେଇ ଆଜି ସେ ମିଡିଆ ସାମ୍ନାକୁ ଆସିଛନ୍ତି । ଏହି ଗସ୍ତରେ ପ୍ରଥମଥର ପାଇଁ ମିଡିଆ ସାମ୍ନାକୁ ଆସିଛନ୍ତି କୋହଲି । ଆଉ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ପୂରା ଫିଟ ଥିବା କଥା ମଧ୍ୟ କହିଛନ୍ତି । ତେବେ ଆସନ୍ତାକାଲି ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚରେ ବିରାଟଙ୍କୁ ଦେଖିବାକୁ ମିଳିବ ।

Advertisment

ଯେତେବେଳେ ବ୍ୟାଟିଂ ଫର୍ମକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ, ଏହା ପ୍ରଥମଥର ନୁହେଁ ଯେତେବେଳେ ବ୍ୟାଟିଂକୁ ନେଇ ଆଲୋଚନା ହେଉଛି । ଆଜି ଯାଏଁ ମୁଁ ଦଳ ପାଇଁ ଯେଉଁ ପ୍ରଦର୍ଶନ କରିଛି ସେଥିରେ ମୁଁ ବେଶ ଗର୍ବିତ । ଗତ କିଛି ବର୍ଷ ହେବ କିଛମ୍ସ୍ରଣୀୟ ମୁହୂର୍ତ୍ତରେ ମୁଁ ଟିମ ସହ ରହିଛି । ମତେ ଲାଗୁଛି ବର୍ତ୍ତମାନ କାହାକୁ କିଛି ପ୍ରମାଣ କରିବା ମତେ ଆବଶ୍ୟକ ।

ସେ ଆହୁରି ମଧ୍ୟ କହିଥିଲେ କି, ଯେତେବେଳେ ମୁଁ ଦଳର କ୍ୟାପଟେନ ହୋଇଥିଲି ସେତେବେଳେ ମୁଁ ୭ ନମ୍ବରରେ ବ୍ୟାଟିଂ କରୁଥିଲି । ହେଲେ ଏବେ ମୁଁ ଲମ୍ବା ସମୟ ହେବ ୧ ନମ୍ବର ସ୍ଥାନରେ ରହିଆସୁଛି । କାଲିର ମ୍ୟାଚରେ ବିଜୟ ଲକ୍ଷ୍ୟରେ ଆମେ ରହିବୁ ।