ବିପକ୍ଷ ଦଳର ଦୁର୍ବଳତା ନୁହେଁ, ବରଂ ନିଜ ଦଳର ଷ୍ଟ୍ରଙ୍ଗ ପଏଣ୍ଟକୁ ନେଇ ଲଢ଼େଇ କରିବ ଟିମ୍ ଇଣ୍ଡିଆ। ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ପ୍ରସ୍ତୁତି

Advertisment
ବିପକ୍ଷ ଦଳର ଦୁର୍ବଳତା ନୁହେଁ, ବରଂ ନିଜ ଦଳର ଷ୍ଟ୍ରଙ୍ଗ ପଏଣ୍ଟକୁ ନେଇ ଲଢ଼େଇ କରିବ ଟିମ୍ ଇଣ୍ଡିଆ। ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ପ୍ରସ୍ତୁତି

କନକ ବ୍ୟୁରୋ: ବିପକ୍ଷ ଦଳର ଦୁର୍ବଳତା ନୁହେଁ, ବରଂ ନିଜ ଦଳର ଷ୍ଟ୍ରଙ୍ଗ ପଏଂଟକୁ ନେଇ ଲଢ଼େଇ କରିବ ଟିମ୍ ଇଣ୍ଡିଆ । ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପଡ଼ିଆରେ ଖେଳାଳିମାନେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ରହିବ । ଇଂଲଣ୍ଡ ପାଇଁ ଦଳର ଗସ୍ତ ପୂର୍ବରୁ ଏପର କିଛି ମନ୍ତ୍ର ଦେଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି । ବିଶ୍ୱକପରେ ହାଇଭୋଲଟେଜ୍ ମ୍ୟାଚଗୁଡ଼ିକରେ ଚାପଗ୍ରସ୍ତ ନହେବା ଉପରେ ସେ ଜୋର ଦେଇଛନ୍ତି । ଭାରତୀୟ ବୋଲର ମାନେ ଫ୍ରେସ୍ ଅଛନ୍ତି ଓ ସେମାନେ ଇଂଲଣ୍ଡ ପରିବେଶରେ ଚମକ୍ରାର ପ୍ରଦର୍ଶନ କରିବେ ବୋଲି କୋହଲି କହିଛନ୍ତି । କୋଚ୍ ରବି ଶାସ୍ତ୍ରୀଙ୍କ ସହ ସାମ୍ବାଦିକ ସମ୍ମିଳନୀରେ କୋହଲି ବିଶ୍ୱକପ ନେଇ ଦଳର ପ୍ରସ୍ତୁତି ଓ ମନୋବଳ ଉପରେ ଆଲୋଚନା କରିଛନ୍ତି ।

publive-image

ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଲଢ଼େଇ ନେଇ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଗୁରୁମନ୍ତ୍ର ଦେଇଛନ୍ତି । ପ୍ରତି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, ପ୍ରତି ବିପକ୍ଷ ଦଳକୁ ଗୁରୁତ୍ୱର ସହ ନେଇ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଖେଳାଳିମାନଙ୍କୁ ପଡ଼ିଆରେ ଲଢ଼ୁଆ ମନୋଭାବ ସହ ପ୍ରତିପକ୍ଷ ଟିମକୁ କଡ଼ା ଟକ୍କର ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ କୋହଲି ଏବେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାକୁ ଶ୍ରେଷ୍ଠ ବୋଲି ଶାସ୍ତ୍ରୀ କହିଛନ୍ତି ।

publive-image

ମେ ୩୦ରୁ ଇଂଲଣ୍ଡରେ ଦ୍ୱାଦଶ ବିଶ୍ୱକପ୍ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଭାରତ ଜୁନ୍ ୫ରୁ ଏହାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହିଦିନ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ । ଜୁନ୍ ୧୬ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ଅନୁଷ୍ଠିତ ହେବ ଭାରତର ହାଇପ୍ରୋଫାଇଲ ମ୍ୟାଚ୍ । ଜୁଲାଇ ୧୪ରେ ଲର୍ଡସ୍ରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe