କନକ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ଭାର-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ କିନ୍ତୁ ଖେଳୁ ନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ତାଙ୍କ ସ୍ଥାନରେ ଏହି ଟେଷ୍ଟରେ ଅଧିନାୟକ ଦାୟିତ୍ୱ ସମ୍ଭାଳୁଛନ୍ତି କେଏଲ ରାହୁଲ । କେଏଲ ରାହୁଲ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ତେବେ କାହିଁକି ବିରାଟ କୋହଲି ଏହି ଟେଷ୍ଟ ମ୍ୟାଚରେ ଖେଳିନାହାନ୍ତି ଆସନ୍ତୁ ଜାଣିବା ।

Advertisment

କେଏଲ ରାହୁଲ ଟସ ସମୟରେ ସୂଚନା ଦେଇ କହିଛନ୍ତି, ବିରାଟ କୋହଲି ଆହତ ହୋଇଛନ୍ତି । ତାଙ୍କ ପିଠିରେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ସେଥିପାଇଁ ତାଙ୍କୁ ଏହି ଟେଷ୍ଟରେ ଆରାମ ଦିଆଯାଇଛି । ଆଶା କରୁଛୁ ଯେ ଆଗାମୀ ଟେଷ୍ଟ ପୂର୍ବରୁ ବିରାଟ ସୁସ୍ଥ ହୋଇଯାଇଥିବେ । ସେପଟେ ବିରାଟଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ଦଳରେ ସ୍ଥାନ ମିଳିଛି । ହନୁମା ବିହାରୀ ଲମ୍ଭା ସମୟ ଯାଏଁ ଦଳରୁ ଦୂରରେ ରହିଥିଲେ ।

ବିରାଟ ଙ୍କ ପାଇଁ ଏହି ଟେଷ୍ଟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏହା ତାଙ୍କର ୯୯ତମ ଟେଷ୍ଟ ମ୍ୟାଚ ରହିଥିଲା । ଅର୍ଥାତ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବିରାଟ ତାଙ୍କ ୧୦୦ତମ ଟେଷ୍ଟ ଖେଳିଥାନ୍ତେ । ହେଲେ ବର୍ତ୍ତମାନ ଏହା ସମ୍ଭବ ନହେଁ । କାରଣ ତୃତୀୟ ଟେଷ୍ଟ ତାଙ୍କର ୯୯ତମ ମ୍ୟାଚ ହେବ ।