ଆଇପିଏଲ ରିଟେନସନ: ଏହି ସବୁ ବଡ ଖେଳାଳିଙ୍କ କଟିଗଲା ଦରମା

316

କନକ ବ୍ୟୁରୋ: ଆଇପିଏଲ ୨୦୨୨ ପୂର୍ବରୁ ସବୁ ଟିମ ନିଜ ରିଟେନସନ ଲିଷ୍ଟ ଜାରି କରିଛନ୍ତି । ସବୁଠୁ ବଡ କଥା ହେଉଛି ଅନେକ ବଡ ବଡ ଖେଳାଳିଙ୍କୁ ଏହି ରିଟେନସନରେ ସାମିଲ କରାଯାଇନାହିଁ । ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ଭଳି ଖେଳାଳିଙ୍କୁ ଦଳ ନିଜ ଟିମରେ ରଖିଛି । ହେଲେ ଏମାନଙ୍କ ମଧ୍ୟରୁ କିଛି ଖେଳାଳି ବଡ କ୍ଷତି ସହିଛନ୍ତି । ଅର୍ଥାତ ସେମାନଙ୍କ ଦରମା କାଟି ଦିଆଯାଇଛି ।

ମହେନ୍ଦ୍ର୍ ସିଂ ଧୋନୀ
ଚେନ୍ନାଇ ସୁପର କହିଲେ ଅନେକ ଧୋନୀଙ୍କୁ ବୁଝି ଥାନ୍ତି, ହେଲେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଧୋନୀ ଏଥର ଜାଡେଜାଙ୍କୁ ଆଗକୁ ଆଣିଛନ୍ତି । ଧୋନୀଙ୍କୁ ରିଟେନସନ ପାଇଁ ୧୨ କୋଟି ଟଙ୍କା ମିଳିଥିବା ବେଳେ ଜାଡେଡାଙ୍କୁ ୧୬ କୋଟି ଟଙ୍କା ମିଳିଛି । ପୂର୍ବରୁ ଆଇପିଏଲରେ ଧୋନୀଙ୍କ ଦରମା ୧୫ କୋଟି ଟଙ୍କା ରହିଥିଲା । ଯାହାକି ଏବେ କମ କରିଦିଆଯାଇଛି ।

ବିରାଟ କୋହଲି
ବାଙ୍ଗାଲୋରର ଅଧିନାୟକ ପଦ ଛାଡି ସାରିଥିବା ବିରାଟ କୋହଲି ଏଥର ନିଜ ଦରମାରେ କ୍ଷତି ସହିଛନ୍ତି । ରିଟେନସନ ଲିଷ୍ଟରେ ବିରାଟ କୋହଲିଙ୍କୁ ୧୫ କୋଟି ଟଙ୍କା ଦିଆଯାଇଛି । ପୂର୍ବରୁ ବିରାଟ କୋହଲିଙ୍କ ଆଇପିଏଲ ଦରମା ୧୭ କୋଟି ଟଙ୍କା ରହିଥିଲା ।

ଗ୍ଲେନ ମ୍ୟାକ୍ସୱେଲ
ବାଙ୍ଗାଲୋର କୋହଲିଙ୍କ ବ୍ୟତୀତ ମ୍ୟାକ୍ସୱେଲଙ୍କୁ ରିଟେନସନ ରଖିଛି । ଏଥର ଏବି ଡିଭିଲିୟର୍ସ ନଥିବାରୁ ବିଦେଶୀ ଖେଳାଳି ଭାବେ ମ୍ୟାକ୍ସୱେଲଙ୍କୁ ଦଳରେ ରଖାଯାଇଛି । ଏଯାଏଁ ୧୪.୨୫ କୋଟିରେ ଦଳ ପାଇଁ ଖେଳୁଥିବା ମ୍ୟାକୱେଲ ଏବେ ୧୧ କୋଟି ଟଙ୍କାରେ ଖେଳିବେ ।

ସୁନୀଲ ନାରିନ
କୋଲକାତା ପକ୍ଷରୁ ଖେଳୁଥିବା ସୁନୀଲ ନାରିନ ଏଥର ବଡ କ୍ଷତି ସହିଛନ୍ତି । ଗତ ସିଜିନରେ ୧୨.୫ କୋଟିରେ କିଣାଯାଇଥିବା ବେଳେ ଏଥର କିନ୍ତୁ ୬ କୋଟି ଟଙ୍କାରେ କୋଲକାତା ତାଙ୍କୁ ରିଟେନ ରଖିଛି ।