ଆଜି ମୈଦାନକୁ ଓହ୍ଲାଇ ଇତିହାସ ରଚିବେ କୋହଲି: କରିବେ ଏହି ରେକର୍ଡ

77

କନକ ବ୍ୟୁରୋ: ଆଇପିଏଲ ୨୦୨୧ର ଆଜି ୩୧ତମ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ବାଙ୍ଗାଲୋର ବନାମ କୋଲକାତା । ଉଭୟ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟଥର ପାଇଁ ମୁହାଁମୁହିଁ ହେବେ । ପୂର୍ବରୁ ଆରସିବି କେକେଆରକୁ ପରାସ୍ତ କରିଥିଲା । ହେଲେ ଆଜିର ମ୍ୟାଚ କ୍ୟାପଟେନ କୋହଲିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ

ଏହି ମ୍ୟାଚ ଖେଳିବା ସହ ଆଇପିଏଲରେ ଇତିହାସ ରଚିବେ କୋହଲି । କୋହଲି ଆଇପିଏଲରେ ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୨୦୦ ମ୍ୟାଚ ଖେଳିଥିବା ପ୍ରଥମ ଖେଳାଳି ହେବେ । ବିରାଟଙ୍କ ପୂର୍ବରୁ ଅନେକ ଖେଳାଳି ଏହି ୨୦୦ ମ୍ୟାଚ କ୍ଲବରେ ସାମିଲ ହୋଇସାରିଛନ୍ତି ।

ଏହି ଖେଳାଳି ଲିଷ୍ଟରେ ରହିଛନ୍ତି
ମହେନ୍ଦ୍ର ସିଂ ଧୋନୀ-୨୧୨
ରୋହିତ ଶର୍ମା-୨୦୭
ଦିନେଶ କାର୍ତ୍ତିକ-୨୦୩
ସୁରେଶ ରାଇନା-୨୦୧

୨୦୨୧ ଆଇପିଏଲ ପରେ ବିରାଟ ଆରସିବିର ଅଧିନାୟକ ପଦ ଛାଡିବା ନେଇ କାଲି ଘୋଷଣା କରି ସାରିଛନ୍ତି । ଅର୍ଥାତ ଆସନ୍ତା ବର୍ଷ ଆଇପିଏଲରେ ବିରାଟ ଆଉ ବାଙ୍ଗାଲୋର ଦଳର ଅଧିନାୟକ ରହିବେ ନାହିଁ । ସେ କେବଳ ଜଣେ ଖେଳାଳି ହିସାବରେ ନିଜ ଖେଳ ଦାରି ରଖିବେ ।