ଟି-୨୦ ବିଶ୍ୱକପ ଖେଳିନପାରନ୍ତି ବିରାଟ କୋହଲି! ଜାତୀୟ ଗଣମାଧ୍ୟମରେ ଜୋରଧରିଲା ଚର୍ଚ୍ଚା ।

689

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ବିରାଟ କୋହଲି । ଟିମ୍ ଇଣ୍ଡିଆର ଏହି ଦୁର୍ଦ୍ଦଶ ବ୍ୟାଟର ନିକଟରେ ବାପା ହୋଇଛନ୍ତି । କୋହଲି ଦୀର୍ଘ ଦିନ ହେବ ଟିମ୍ ଇଣ୍ଡିଆଠାରୁ ଦୂରରେ ଅଛନ୍ତି । ସେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାଗ ନେଇଥିଲେ । ସେବେଠାରୁ ବ୍ୟକ୍ତିଗତ କାରଣରୁ ସେ ଦଳରେ ସାମିଲ ହୋଇନାହାନ୍ତି । ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ପୂରା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳି ନଥିଲେ । ତେବେ ଭାରତୀୟ ଦଳର ଚୟନକର୍ତ୍ତା ମାନେ ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପ୍ ରୁ ବାଦ୍ ଦେବା ନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ମଙ୍ଗଳବାର ହଠାତ୍ ଅନେକ ଗଣମାଧ୍ୟମରେ ଏହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ବିରାଟ କୋହଲିଙ୍କ ବଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଇଛି ।