କନକ ବ୍ୟୁରୋ: ଆଜି ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଓ ଗୁଜରାଟ ମୁହାଁ ମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ବାଙ୍ଗାଲୋର ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଏହି ମ୍ୟାଚ ଜରିଆରେ ବିରାଟ କୋହଲି ନି ଫର୍ମକୁ ଫେରିଥିବା ନଜର ଆସିଛନ୍ତି । ସେ ୫୩ ବଲରୁ ୫୮ ରନ କରି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।
ଏହି ମ୍ୟାଚରେ ବିରାଟ କୋହଲି ବାଙ୍ଗାଲୋର ପକ୍ଷରୁ ଡୁ ପ୍ଲେସିସଙ୍କ ସହ ଓପନିଂ ଆରମ୍ଭ କରିଥିଲେ । ଡୁ ପ୍ଲେସିସ ଶୀଘ୍ର ଆଉଟ ହୋଇଯାଇଥିଲେ ବି ରଜତ ପଟ୍ଟିଦାରଙ୍କ ସହ ସେ ପାର୍ଟନରସିପ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ଯେଉଁଥିରେ ଗୋଟିଏ ଛକା, ୬ଟି ଚୌକା ସାମିଲ ଅଛି । ତେବେ ଏହି ମ୍ୟାଚରେ ବିରାଟ ଏହି ଇଂନିସ ଖେଳି ଫର୍ମକୁ ଫେରିବାର ସିଗନାଲ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/FRldlRFUcAAurWT-1.jpg)