ଥମୁନି ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦ ପ୍ରସଙ୍ଗ, କଡା କାଯ୍ୟାନୁଷ୍ଠାନ ନେବାକୁ ପୂର୍ବତନ କ୍ରିିକେଟର ସୁନିଲ ଗାଭାସ୍କର ପରାମର୍ଶ

6,461

କନକ ବ୍ୟୁରୋ : ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର । ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ କେବଳ ମ୍ୟାଚ୍ ଫି ନକାଟି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗାଭାସ୍କର । ମୋଟା ଅଙ୍କର ଜୋରିମାନା ପରିବର୍ତେ ମ୍ୟାଚରୁ ବହିସ୍କୃତ କରିବା ଭଳି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି କହିଛନ୍ତି ଏହି ପୂର୍ବତନ କ୍ରିକେଟର । ଲକ୍ଷେ୍ମøରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ଏବଂ ଲକ୍ଷ୍ନୌ ସୁପର ଜାଏଂଟସ୍ ମ୍ୟାଚରେ ବିରାଟ କୋହଲିଙ୍କ ସହ ଲକ୍ଷ୍ନୌର ମେଂଟର ଗୌତମ ଗମ୍ଭୀରଙ୍କ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ଉଭୟଙ୍କୁ ଚାରିଆଡୁ ସମାଲୋଚିତ ହେବାକୁ ପଡିଛି । ବିବାଦ ଯୋଗୁ କୋହଲି ଏବଂ ଗମ୍ଭୀରଙ୍କ ଶତ ପ୍ରତିଶତ ମ୍ୟାଚ ଫି କଟାଯାଇଥିଲା । ଗାଭାସ୍କର, ୧୦ ବର୍ଷ ତଳେ ପୂର୍ବତନ କ୍ରିକେଟର ଶ୍ରୀଶାନ୍ଥଙ୍କୁ ହରଭଜନ ସିଂ ଚାପୁଡା ମାରିବା ଘଟଣା ସହ ଏହାକୁ ତୁଳନା କରିଛନ୍ତି । ପୁଣି ଥରେ ଯେପରି ଏଭଳି ବିବାଦ ସୃଷ୍ଟି ନହୁଏ ସେଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଟିଭିରେ ସମସ୍ତେ ଆପଣଙ୍କୁ ଦେଖୁଛନ୍ତି, ଏହାର ପ୍ରଭାବ କେବଳ ନିଜ ଟିମ ନୁହେଁ ସମସ୍ତଙ୍କ ଉପରେ ପଡୁଛି । ତେଣୁ ଯେପରି ଏଭଳି ଘଟଣାର ପୁନରାବୃତି ନହୁଏ, ସେଥିପାଇଁ କିଛି ମ୍ୟାଚରୁ ବାସନ୍ଦ କରିବାକୁ ଦାବି କରିଛନ୍ତି ଗାଭାସ୍କର ।