ଚାଲିଥିଲା ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ୍ । ହଠାତ୍ ପଡିଆ ମଝିକୁ ଦୌଡି ପଶିଗଲେ ଜଣେ ଦର୍ଶକ । ଦେଖନ୍ତୁ କେମିତି ଫ୍ୟାନଙ୍କ ବଡିଗାର୍ଡ ସାଜିଲେ ବିରାଟ ।

2,982

କନକ ବ୍ୟୁରୋ : ଚାଲିଥିଲା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ । ଇନ୍ଦୋରରେ ଖେଳାଯାଉଥିବା ମ୍ୟାଚର ତୃତୀୟ ଦିନରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଣେ ଫ୍ୟାନ୍ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ତାଙ୍କୁ ଭେଟିବାକୁ ପଡିଆ ମଧ୍ୟକୁ ଚାଲିଯାଇଥିଲେ ।

ଡ୍ରିଙ୍କସ ବ୍ରେକ୍ ଚାଲିଥିବା ବେଳେ ଜଣେ ଫ୍ୟାନ୍ ପ୍ୟାଭିଲିୟନର ବ୍ୟାରିକେଡ୍ ଡେଇଁ ପଡିଆ ମଝିକୁ ଦୌଡି ପଳାଇଥିଲେ । ଆଉ ସବୁଠାରୁ ବଡ କଥା ହେଉଛି, ଏହି ଫ୍ୟାନ ଜଣଙ୍କ ନିଜ ପିିଠିରେ ବିରାଟ କୋହଲି ଜର୍ସି ପେଣ୍ଟ କରିଥିଲେ ଏବଂ କୌଣସି ପ୍ରକାରେ ବିରାଟଙ୍କ ପାଦ ଛୁଇଁବାକୁ ଚାହୁଁଥିଲେ ।

ଆଉ ଏହାରି ମଧ୍ୟରେ ସଙ୍ଗେ ସଙ୍ଗେ ପଡିଆ ମଝିକୁ ଚାଲିଆସିଥିଲେ ସୁରକ୍ଷାକର୍ମୀ । ଏହି ବ୍ୟକ୍ତିଙ୍କୁ ବାହାରକୁ ବାହାର କରିବା ପାଇଁ ପ୍ରୟାସ କରିବା ବେଳେ ଉକ୍ତ ଫ୍ୟାନଙ୍କ ପାଇଁ ବଡିଗାର୍ଡ ହୋଇ ଛିଡା ହୋଇଥିଲେ ଅଧିନାୟକ ବିରାଟ କୋହଲି । ଏହା ସହ ସୁରକ୍ଷାକର୍ମୀଙ୍କୁ କହିଥିଲେ, ତାଙ୍କ ଫ୍ୟାନଙ୍କୁ ସୁରକ୍ଷିତ ଭାବେ ନେଇ ପ୍ୟାଭିଲିୟନରେ ଛାଡିଦେବା ପାଇଁ ।