କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ ଦମଦାର ଇନିଂସ । ୱାଙ୍ଖଡେ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଅର୍ଜନ କରିଛନ୍ତି ଦ୍ୱିଶତକ । ଟେଷ୍ଟ କ୍ୟାରିୟରରେ କୋହଲିଙ୍କର ଏହା ତୃତୀୟ ଦ୍ୱିଶତକ ହୋଇଥିବା ବେଳେ ୨୧୧ ରନର ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋରକୁ କରିଛନ୍ତି ଅତିକ୍ରମ ।

Advertisment

ଫଳରେ ୪ର୍ଥ ଦିନ ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ  ୭ ୱିକେଟ୍ ହରାଇ କରିଛି ୫୭୯ ରନ । ପ୍ରଥମ ଇଂନିସରେ ଭାରତ ୧୭୦ ରନରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୦୦ ରନରେ ଅଲଆଉଟ୍ ହୋଇଥିଲା ।