ବିରାଟଙ୍କ ଝିଅ ବାମିକାଙ୍କ ପ୍ରଥମ ଝଲକ । ମ୍ୟାଚ୍ ସମୟରେ ଅନୁଷ୍କାଙ୍କ ସହ ନଜର ଆସିଲେ ବାମିକା ।

599

କନକ ବ୍ୟୁରୋ: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ରବିବାର ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସମୟରେ ଟିଭି ସ୍କ୍ରିନରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ସମସ୍ତେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଥିଲେ । ପ୍ରଥମ ଥର ପାଇଁ ଟିଭି ସ୍କ୍ରିନରେ ଦର୍ଶକମାନେ ଦେଖିବାକୁ ପାଇଥିଲେ ବିରାଟଙ୍କ ଝିଅ ବାମିକାଙ୍କୁ ।

ଏହି ସମୟରେ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାଣ୍ଡସରେ ନିଜ ଝିଅ ବାମିକାଙ୍କୁ ଧରି ଛିଡା ହୋଇଥିଲେ । ଆଉ କ୍ୟାମେରାର ଲେନ୍ସ ତାଙ୍କ ଉପରେ ପଡିବା ସହିତ ଟିଭି ସ୍କ୍ରିନରେ ହଜାର ହଜାର ଦର୍ଶକ ପ୍ରଥମ କରି ବାମିକାଙ୍କୁ ଦେଖିବାକୁ ପାଇଥିଲେ । ତେବେ ଏହା ପୂର୍ବରୁ କେବେ ବି ବାମିକାଙ୍କୁ ଏଭଳି ଢଙ୍ଗରେ ଦର୍ଶକମାନେ ଦେଖିବାକୁ ପାଇନଥିଲେ ।

ବିରାଟ କୋହଲିଙ୍କ ତରଫରୁ ପ୍ରଥମେ ପ୍ରଥମେ କୁହାଯାଇଥିଲା ଯେ, ସେ ତାଙ୍କର ଝିଅକୁ ସୋସିଆଲ୍ ମିଡିଆଠୁ ଦୂରରେ ରଖିବାକୁ ଚାହୁଁଛନ୍ତି । ଯେତେ ପର୍ଯ୍ୟନ୍ତ ବାମିକା ଏ ସମ୍ଭନ୍ଧରେ ନିଜେ ନଜାଣିଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ସୋଶିଆଲ୍ ମିଡିଆଠୁ ଦୂରେଇ ରଖାଯାଉ ବୋଲି କୋହଲି କହିଥିଲେ । ସୂଚନାଯୋଗ୍ୟ ଯେ, ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ଝିଅ ବାମିକାଙ୍କୁ ଜାନୁଆରୀ ୧୧ ତାରିଖରେ ୧ ବର୍ଷ ହୋଇଛି । ଟିମ୍ ଇଣ୍ଡିଆ ଏହି ସମୟରେ ସାଉଥ୍ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳୁଥିଲା, ଆଉ ଏହି ସମୟରେ ବାମିକା ନିଜର ପ୍ରଥମ ଜନ୍ମଦିନ ପାଳିଥିଲେ । ତେବେ ପ୍ରଥମ କରି ବାମିକା ଟିଭି ସ୍କ୍ରିନରେ ଦେଖାଯିବା ପରେ ତାଙ୍କର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।