କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କଲେ କିଙ୍ଗ୍ କୋହଲି । ଅର୍ଥାତ ଟିମ୍ ଇଣ୍ଡିଆର ଏହି ଷ୍ଟାର ଖେଳାଳି ଆଜିକୁ ଠିକ୍ ୧୫ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରି ମାରିଥିଲେ । ୨୦୦୮ ମସିହା ଅଗଷ୍ଟ ମାସ ୧୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି କୋହଲି ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଯାହାକୁ ଆଜି ୧୫ ବର୍ଷ ପୂରଣ ହେଇଛି ।
୧୫ ବର୍ଷର କ୍ରିକେଟ୍ କ୍ୟାରିୟରରେ କୋହଲି ଅନେକ ଉପଲବ୍ଧି ହାସଲ କରିଛନ୍ତି । ନିଜ ପ୍ରଥମ ମ୍ୟାଚରେ ମାତ୍ର ୧୨ ରନ୍ କରି ଆଉଟ୍ ହେଇଥିବା ଏହି ବ୍ୟାଟ୍ସମ୍ୟାନ୍, ଆଜି ସଫଳତାର ଶୀର୍ଷରେ ପହଞ୍ଚିବା ସହିତ ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ହାସଲ କରିପାରିଛନ୍ତି । ଖାଲି ସେତିକି ନୁହେଁ, କ୍ରିକେଟ୍ ଦୁନିଆର ଅନେକ ରେକର୍ଡକୁ ମଧ୍ୟ କୋହଲି ନିଜ ନାଁରେ କରିପାରିଛନ୍ତି ।
ଦିଲ୍ଲୀର ଏହି ଖେଳାଳି ଜଣକ ୨୦୧୧ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ମଧ୍ୟ ସଦସ୍ୟ ରହିଥିଲେ । କୋହଲି ହେଉଛନ୍ତି ଟି-୨୦ରେ ଭାରତର ଟପ୍ ସ୍କୋରର । ସେହିପରି ଟେଷ୍ଟ କ୍ରିକେଟର ୭ଟି ଡବଲ୍ ସେଞ୍ଚୁରୀ ମାରିଥିବା କୋହଲି ହେଉଛନ୍ତି ପ୍ରଥମ ଖେଳାଳି ।
ନିଜ ୧୫ ବର୍ଷର କ୍ରିକେଟ୍ କ୍ୟାରିୟର ଭିତରେ କୋହଲି ମୋଟ ୭୬ଟି ଶତକ ମାରିସାରିଲେଣି । ଆଜି ପର୍ଯ୍ୟନ୍ତ ସେ ମୋଟ ୫୦୧ଟି ମ୍ୟାଚ୍ ଖେଳିଥିବାବେଳେ, ୨୫ ହଜାର ୫୮୨ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟରେ ତାଙ୍କ ଆଭରେଜ୍ ୪୯.୨୯ ଥିବାବେଳେ, ଦିନିକିଆରେ ସେ ୫୭.୩୨ ଆଭରେଜରେ ୧୨ ହଜାରରୁ ଅଧିକ ରନ୍ କରିଛନ୍ତି । ସେହିପରି ଟି-୨୦ରେ ମଧ୍ୟ ସେ ୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/08/Kohli-smile.jpg)