ଦିନିକିଆ-ଟେଷ୍ଟରେ ବି ଅଧିନାୟକ ପଦ ଛାଡିବେ କି ବିରାଟ? ଏମିତି ଉତ୍ତର ଦେଲେ ରବିଶାସ୍ତ୍ରୀ 

169

କନକ ବ୍ୟୁରୋ: ଟି-୨୦ରୁ ଅଧିନାୟକ ପଦ ଛାଡି ସାରିଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିଶ୍ରାମ ନେଇଛନ୍ତି । ପ୍ରଥମ ଟେଷ୍ଟରେ ଉପଲବ୍ଧ ହେବେନି କୋହଲି, ହେଲେ ଦ୍ୱିତୀୟ ଟେଷ୍ଟ ବେଳକୁ ସେ ପୁଣି ଦଳକୁ ଫେରିବେ । ଏହାରି ମଧ୍ୟରେ ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ରବି ଶାସ୍ତ୍ରୀ ।

ରବି ଶାସ୍ତ୍ରୀ କହିଛନ୍ତି, କ୍ରିକେଟ ଉପରେ ଫୋକସ କରିବା ପାଇଁ ସବୁ ଫର୍ମାଟରେ ଅଧିନାୟକ ପଦ ଛାଡିପାରନ୍ତି କୋହଲି । ତାଙ୍କ ଅଧିନାୟକତ୍ୱରେ ଟିମ ୫ ବର୍ଷ ଯାଏଁ ଟେଷ୍ଟ ରାଙ୍କିଙ୍ଗରେ ୧ ନମ୍ବର ରହିଥିଲା । ଏହି ପରିସ୍ଥିତିରେ ସେ ଯଦି ନିଜ ଆଡୁ ନିଷ୍ପତ୍ତି ନିଅନ୍ତି କି ସେ ଖେଳ ଉପରେ ପୋକସ କରିବାକୁ ଚାହୁଁଛନ୍ତି ଆଉ ଅଧିନାୟକ ପଦ ଛାଡିବାକୁ ଚାଁହୁଛନ୍ତି ତାହାଲେ ହେଇପାରିବ  ।

ଏହା ସଙ୍ଗେ ସଙ୍ଗେ ହୋଇନପାରେ ହେଲେ ଆଗକୁ ନିଶ୍ଚୟ ହୋଇପାରେ । ପ୍ରଥମେ ଦିନିକିଆରେ ଅଧିନାୟକ ପଦ ଛାଡି ଟେଷ୍ଟରେ ଅଧିନାୟକ ରହିପାରନ୍ତି, ଆଉ ନିଜ ବ୍ୟାଟିଂ ଉପରେ ଫୋକସ କରିପାରନ୍ତି । ପୂର୍ବରୁ ମଧ୍ୟ ଅନେକ ଖେଳାଳି ନିଜ ପ୍ରଦର୍ଶନ ପାଇଁ ଅଧିନାୟକ ପଦ ଛାଡିଛନ୍ତି ବୋଲି କହିଥିଲେ ରବି ଶାସ୍ତ୍ରୀ ।