କନକ ବ୍ୟୁରୋ: ଟି-୨୦ରୁ ଅଧିନାୟକ ପଦ ଛାଡି ସାରିଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିଶ୍ରାମ ନେଇଛନ୍ତି । ପ୍ରଥମ ଟେଷ୍ଟରେ ଉପଲବ୍ଧ ହେବେନି କୋହଲି, ହେଲେ ଦ୍ୱିତୀୟ ଟେଷ୍ଟ ବେଳକୁ ସେ ପୁଣି ଦଳକୁ ଫେରିବେ । ଏହାରି ମଧ୍ୟରେ ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ରବି ଶାସ୍ତ୍ରୀ ।
ରବି ଶାସ୍ତ୍ରୀ କହିଛନ୍ତି, କ୍ରିକେଟ ଉପରେ ଫୋକସ କରିବା ପାଇଁ ସବୁ ଫର୍ମାଟରେ ଅଧିନାୟକ ପଦ ଛାଡିପାରନ୍ତି କୋହଲି । ତାଙ୍କ ଅଧିନାୟକତ୍ୱରେ ଟିମ ୫ ବର୍ଷ ଯାଏଁ ଟେଷ୍ଟ ରାଙ୍କିଙ୍ଗରେ ୧ ନମ୍ବର ରହିଥିଲା । ଏହି ପରିସ୍ଥିତିରେ ସେ ଯଦି ନିଜ ଆଡୁ ନିଷ୍ପତ୍ତି ନିଅନ୍ତି କି ସେ ଖେଳ ଉପରେ ପୋକସ କରିବାକୁ ଚାହୁଁଛନ୍ତି ଆଉ ଅଧିନାୟକ ପଦ ଛାଡିବାକୁ ଚାଁହୁଛନ୍ତି ତାହାଲେ ହେଇପାରିବ ।
ଏହା ସଙ୍ଗେ ସଙ୍ଗେ ହୋଇନପାରେ ହେଲେ ଆଗକୁ ନିଶ୍ଚୟ ହୋଇପାରେ । ପ୍ରଥମେ ଦିନିକିଆରେ ଅଧିନାୟକ ପଦ ଛାଡି ଟେଷ୍ଟରେ ଅଧିନାୟକ ରହିପାରନ୍ତି, ଆଉ ନିଜ ବ୍ୟାଟିଂ ଉପରେ ଫୋକସ କରିପାରନ୍ତି । ପୂର୍ବରୁ ମଧ୍ୟ ଅନେକ ଖେଳାଳି ନିଜ ପ୍ରଦର୍ଶନ ପାଇଁ ଅଧିନାୟକ ପଦ ଛାଡିଛନ୍ତି ବୋଲି କହିଥିଲେ ରବି ଶାସ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/virat-kohli-will-leave-the-captaincy-of-t20-format-after-icc-world-cup1.jpg)