୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି । ସୋସିଆଲ୍ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ , ନିଆରା ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ପତ୍ନୀ ଅନୁଷ୍କା ଶର୍ମା ।

670

୩୧ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଭାରତୀୟ କ୍ରିକେଟ ଜଗତର ସେ ଜଣେ ନାମିଦାମି ଖେଳାଳି । ଜନ୍ମଦିନରେ ସେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଭୁଟାନରେ ବାର୍ଥ ଡେ ସେଲିବ୍ରେସନ କରୁଥିବା ଜଣା ପଡ଼ିଛି । ଭୁଟାନରେ ଦୁହେଁ ସେଲିବ୍ରେସନ୍ କରୁଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି । ବିରାଟ ୫ ନଭେମ୍ବର ୧୯୮୮ ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସମୟରେ ସେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ।

କୋହଲି ଆଇପିଏଲ ଟିମ ରୟାଲ ଚ୍ୟାଲେନଞ୍ଜର ବାଙ୍ଗାଲୋର ପାଇଁ ମଧ୍ୟ ଖେଳନ୍ତି । ୨୦୧୩ ମସିହାରୁ ସେ ଟିମ ବାଙ୍ଗାଲୋରର କ୍ୟାପଟେନ ଅଛନ୍ତି । ୨୦୧୭ ମସିହାରେ କୋହଲି ଜଣେ ଟପ୍ ରାଙ୍କର ଓ.ଡି.ଆଇ ବିଶ୍ୱ ପରିଚିତ ବ୍ୟାଟ୍ସମ୍ୟାନ ସହ ବର୍ତ୍ତମାନର ୨ୟ ରାଙ୍କରେ ଥିବା ଖେଳାଳି । ସେ ପ୍ରଥମେ ୨୦୦୮ ମସିହାରେ ଇଣ୍ଡିଆ ଅଣ୍ଡର- ନାଇଣ୍ଟିନ ର ଅଧିନାୟକ ହିସାବରେ ଖେଳାଳି ଜୀବନ ଆରମ୍ଭ କରିଥିଲେ ।

ଭୂଟାନରେ ଅନୁଷ୍କା ଓ ବିରାଟଙ୍କ ଛୁଟି କଟାଉଥିବା କିଛି ଫଟୋ ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆର ପ୍ରତ୍ୟେକ ପୃଷ୍ଠାରେ ତାଙ୍କର କେତେକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହା ସହ ବିରାଟଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ଟ୍ୱିଟ କରି ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଇଛନ୍ତି ।