କନକ ବ୍ୟୁରୋ: ପୁଣି ବାପା ହେଲେ ବିରାଟ କୋହଲି । ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା । ଏନେଇ ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟରେ ବିରାଟ ଲେଖିଛନ୍ତି, ଫେବ୍ରୁଆରୀ ୧୫ ତାରିଖରେ ଆମେ ଆମ ପୁଅ ଅକାୟକୁ ଏ ପୃଥିବୀକୁ ସ୍ୱାଗତ କରିଛୁ । ଯିଏକି ଭାମିକାର ସାନ ଭାଇ । ଆମେ ଆପଣଙ୍କର ଆର୍ଶୀବାଦ ଓ ଶୁଭକାମନା ଆଶା କରୁଛୁ ବୋଲି ବିରାଟ ପୋଷ୍ଟରେ ଲେଖିଛନ୍ତି ।
View this post on Instagram
ଏହା ପୂର୍ବରୁ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କର ଏକ କନ୍ୟା ସନ୍ତାନ ଥିଲା । ଏହାପରେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିବା ନେଇ ସୂଚନା ମିଳିଥିଲା । ଏପରିକି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରୁ ବିଶ୍ରାମ ନେଇ ଅନୁଷ୍କାଙ୍କ ସହ ସମୟ କାଟିଥିଲେ କିଙ୍ଗ୍ କୋହଲି । ଆଉ ମଙ୍ଗଳବାର ଏକ ପୁତ୍ର ସନ୍ତାନର ଜନକ ହେଇଛନ୍ତି ବିରାଟ କୋହଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/28-22.jpg)