କନକ ବ୍ୟୁରୋ: ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ୩୫ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି । ଜନ୍ମଦିନକୁ ସ୍ମରଣୀୟ କରିବାକୁ କୋଲକତାର ଇଡେନ ଗାର୍ଡେନରେ ଆଜି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । କୋହଲିଙ୍କ ୭୦ ହଜାର ମୁଖା ବାଣ୍ଟିବାକୁ ନିଷ୍ପତ୍ତି ନେଇଛି ବେଙ୍ଗଲ କ୍ରିକେଟ ସଂଘ । ଏଥିସହ ଜନ୍ମଦିନ ପାଳନ ପାଇଁ ସ୍ୱତନ୍ତ୍ର କେକ ଅର୍ଡର କରାଯାଇଛି । କେକରେ କୋହଲିଙ୍କ ବିଭିନ୍ନ ରେକର୍ଡ ସ୍ଥାନିତ କରାଯିବ ନେଇ ସୂଚନା ମଳିଛି ।
ଏହାବ୍ୟତୀତ ଷ୍ଟାଡିୟମରେ ପ୍ରଥମ ଓ ଦ୍ୱିତୀୟ ପାଳି ଶେଷରେ ଆତସବାଜିର ଆୟୋଜନ କରାଯାଇଛି । କୋହଲି ଚଳିତ ବିଶ୍ୱକପରେ ୮୮ ଦଶମିକ.୪୦ ରନ ହାରରେ ୪୪୨ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଧଶତକ ରହିଛି । ସବୁଠୁ ବଡ଼ କଥା ହେଉଛି କୋହଲି ଦିନିକିଆ କ୍ରିକେଟରେ ୪୮ଟି ଶତକ ମାରି ସାରିଛନ୍ତି । ଆଜି ଆଉ ଏକ ଶତକ ମାରି ଦିନିକିଆରେ ସଚିନଙ୍କ ସମକକ୍ଷ ହେବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ସଚିନ ଦିନିକିଆ କ୍ରିକେଟରେ ୪୯ ଟି ଶତକ ମାରିଛନ୍ତି । ଜନ୍ମଦିନରେ କୋହଲି ଭଲ ପଦର୍ଶନ କରିବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/3-7.jpg)