କ୍ୟାପଟେନ୍ କୋହଲିଙ୍କୁ କ୍ରୀଡାର ସବୁଠାରୁ ବଡ ସମ୍ମାନ ! ବିରାଟଙ୍କ ସମେତ ମୀରାବାଇଙ୍କୁ ମିଳିବ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ।

Advertisment
କ୍ୟାପଟେନ୍ କୋହଲିଙ୍କୁ କ୍ରୀଡାର ସବୁଠାରୁ ବଡ ସମ୍ମାନ ! ବିରାଟଙ୍କ ସମେତ ମୀରାବାଇଙ୍କୁ ମିଳିବ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ।

image courtesy - zeenews.india.com

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଚଳିତବର୍ଷ ଖେଳ ଜଗତର ସବୁଠାରୁ ବଡ ପୁରସ୍କାର ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାରରେ ପୁରସ୍କୃତ କରାଯିବ । ବିରାଟଙ୍କ ସମେତ ଭାରତୀୟ ଷ୍ଟାର ଭାରତ୍ତୋଳନକାରୀ ମୀରାବାଇ ଚାନୁଙ୍କୁ ମଧ୍ୟ ଚଳିତବର୍ଷ ଖେଳ ଜଗତର ସବୁଠାରୁ ବଡ ସମ୍ମାନରେ ସମ୍ମାନିତ କରାଯିବ । ତେବେ ୨୦୧୬ ମସିହାରେ ମଧ୍ୟ କୋହଲିଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । କିନ୍ତୁ ପୁରସ୍କାର ପାଇଁ ସେତେବେଳେ ତାଙ୍କୁ ଚୟନ କରାଯାଇନଥିଲା । ତେବେ ଏହି ଉପାଧି ପାଇବାରେ ସେ ଭାରତର ତୃତୀୟ କ୍ରିକେଟର ହେବେ ।

publive-image

ଏହା ପୂର୍ବରୁ ଏହି ସମ୍ମାନ ୧୯୯୭ ମସିହାରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ମିଲିଥିଲା । ଏବଂ ଦୁଇ ଦୁଇ ଥର ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ୨୦୦୭ ମସିହାରେ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ମହାନ୍ ଭାରତ୍ତୋଳନକାରୀ ମୀରାବାଇ ଚାନୁ ମଧ୍ୟ ନିକଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ସେ ଗତବର୍ଷ ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । କିନ୍ତୁ ଆହତ ଥିବା କାରଣରୁ ସେ ଚଳିତ ବର୍ଷ ଏସିଆନ୍ ଗେମ୍ସରେ ଭାଗ ନେଇପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe